Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମେଡିକାଲ୍ ଥୋରାକୋସ୍କୋପି ଉପରେ ସମ୍ମମ୍‌ରେ ସିଏମ୍‌ଇ ଓ କର୍ମଶାଳା

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି ଏକ ଦିବସୀୟ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ଏବଂ କର୍ମଶାଳାରେ ଯୋଗ ଦେଇଥିବା ଅନେକ ବିଶେଷଜ୍ଞ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିଜର ମତ ବ୍ୟକ୍ତ କରିଥିଲେ ।
ସମ୍ମମ୍‌ରେ ବ୍ରୋଙ୍କୋସ୍କୋପି ଓ ଥୋରାକୋସ୍କୋପି ସୁଇଟ୍ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ଉପଲବ୍ଧ ରହିଛି ଓ ବ୍ୟବହୃତ ହେଉଛି ।
ଏହି ଅବସରରେ ସମ୍ମମର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଜ୍ଞାନ ହେଉଛି ଶକ୍ତି ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଂଟିବା ଏକ ନିରନ୍ତର ପ୍ରକ୍ରିୟା ।
ଓଡ଼ିଶାରେ ପ୍ରଥମ ଥର ମେଡିକାଲ୍ ଥୋରାକୋସ୍କୋପି ଉପରେ ଆୟୋଜିତ ସିଏମଇ ଏବଂ କର୍ମଶାଳା ସହିତ ପ୍ରାଣୀମାନଙ୍କୁ ନେଇ ପ୍ରସ୍ତୁତ ମଡେଲ ଉପରେ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସମ୍ମମ ପ୍ରଥମ ହୋଇଥିବାରୁ ଏହା ଆମ ପାଇଁ ଗର୍ବର ମୁହୂର୍ତ ବୋଲି ସେ କହିଥିଲେ ।
ବିଭିନ୍ନ ବିଭାଗର ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ ଡାକ୍ତରୀ ଶିକ୍ଷା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ସହିତ ସମ୍ମମ୍‌ର ଉତ୍ସର୍ଗୀକୃତ କାର୍ଯ୍ୟକୁ ନିର୍ଦ୍ଦେଶ କରୁଛି ବୋଲି ଡକ୍ଟର ଦାଶ କହିଛନ୍ତି ।
ହସ୍ପିଟାଲର ପଲ୍‌ମୋନାରୀ ଏବଂ ସ୍ଲିପ୍ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଫ୍ୟାକଲ୍ଟିମାନେ ନିଜର ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରାଣୀମାନଙ୍କୁ ନେଇ ମଡେଲ ଦ୍ୱାରା ଶିକ୍ଷା ପ୍ରଦାନ । ଏହା ସହିତ ଥୋରାସିକ୍ ଅଲ୍ଟ୍ରାସାଉଣ୍ଡ ଏବଂ ଇଣ୍ଡୱେଲିଙ୍ଗ ପ୍ଲିୟୁରାଲ୍ କ୍ୟାଥେଟର ସେସନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି କର୍ମଶାଳା ଡାକ୍ତରୀ ଜ୍ଞାନ କ୍ଷେତ୍ରରେ ଖୁବ୍ ଲାଭଦାୟକ ହେବ । ସମ୍ମମ ଏହାର ନେତୃତ୍ୱ ନେବା ସହ ଥୋରାକୋସ୍କୋପି କ୍ଷେତ୍ରରେ ବିଶେଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହା ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ଦେଉଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି ବୋଲି ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।
ସେହିପରି ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟଜିତ ଆଚାର୍ଯ୍ୟ କହିଥିଲେ ଯେ କ୍ରମାଗତ ଜ୍ଞାନ ଆହରଣ ଯେ କୌଣସି କ୍ଷେତ୍ରରେ ସଫଳତାର ଚାବି କାଠି । ବର୍ତମାନ ସମୟରେ ମେଡିକାଲ୍ ଥୋରାକୋସ୍କୋପି ଦ୍ୱାରା ପରୀକ୍ଷଣ ଏବଂ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ ।
ସେହିପରି ସମ୍ମମ୍‌ର କ୍ରିଟିକାଲ୍ କେୟାର ଆଣ୍ଡ ସ୍ଲିପ୍ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଆଲିସା ଚୌଧୁରୀ କହିଥିଲେ ଯେ ଜ୍ଞାନ ହେଉଛି ଶକ୍ତି । ଏହାକୁ ବାଂଟିବା ଓ ଆହରଣ କରିବା ଏକ ନିୟମିତ ପ୍ରକ୍ରିୟା । ମେଡିକାଲ୍ ଥୋରାକୋସ୍କୋପି ଶ୍ୱାସଜନିତ ସମସ୍ୟାର ଚିକିତ୍ସା ନିମନ୍ତେ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ରିଗେଡିୟର ଡାକ୍ତର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପଲ୍‌ମୋନାରୀ ମେଡିସିନ୍ ଆଣ୍ଡ ସ୍ଲିପ୍ ମେଡିସିନ ବିଭାଗ ଦ୍ୱାରା ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଉପରେ ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶା ଚେଷ୍ଟ ସୋସାଇଟିର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ବନାନୀ ଜେନା ଏବଂ ସଂପାଦକ ଡାକ୍ତର ମନୋରଞ୍ଜନ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଫାକଲ୍ଟିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

New Delhi: The National Confederation of Officers’ Associations (NCOA), representing over two lakh officers and an equal number of retirees from 255 Central Public...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୩୦ : ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ । ଆଦିବାସୀ...