Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ପୂର୍ବାହ୍ନରେ ଖାରବେଳ ଭବନଠାରେ ପହଞ୍ଚି ବିଭାଗର ପରିଚାଳନା ଏବଂ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା
ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଖାରବେଳ ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସ୍ୱାଗତ କରିଥିଲେ ।


ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗ ଅଧିନରେ ଯୁବପିଢ଼ିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ଦକ୍ଷ ଓ କୁଶଳୀ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ଯୁବପିଢ଼ି ପୂର୍ଣ୍ଣ ତାଲିମପ୍ରାପ୍ତ ହୋଇ ଆମ ରାଜ୍ୟରେ କିପରି ନିଯୁକ୍ତି ସୁଯୋଗ ପାଇବେ ସେଥି ପ୍ରତି ବିଭାଗ ଯନିବାନ ହେବା ଆବଶ୍ୟକ । ଶିଳ୍ପଭିତ୍ତିକ ଦକ୍ଷତା ଏବଂ ଦକ୍ଷତା ଶୈଳୀକୁ ସୁଦୃଢ଼ କରି ଯୁବପିଢ଼ିଙ୍କୁ ଆତ୍ମନିର୍ଭର କରିବା ସହ ବୈଶ୍ୱିକ ପ୍ରତିଯୋଗିତା ନିମନ୍ତେ ସକ୍ଷମ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ
ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ବିଗତ ଦୁଇବର୍ଷ ମଧ୍ୟରେ ଆମ କେତେ ଯୁବକଯୁବତୀଙ୍କୁ ବୈଷୟିକ ଶିକ୍ଷା ସହ ଆତ୍ମନିର୍ଭର କରାଇ ପାରିଛେ ଏବଂ ଆଗାମୀ ଦିନରେ ଏ ବାବଦରେ କି ପ୍ରକାର ଅଧିକ ପଦକ୍ଷେପ ନିଆଯାଇ ପାରିବ ସେ ବାବଦରେ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ।
ଓଡ଼ିଶାର ଯୁବଶକ୍ତିଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ, ପ୍ରଶାସନିକ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଓ ବିତ୍ତୀୟ ଅନୁଦାନ
ଉପରେ ପିପିଟି ମାଧ୍ୟମରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ଡିଜିଟାଲ୍‌ ସ୍କିଲିଂ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବଂ ମେରାଇନ୍‌ ଇଂଜିନିୟରିଂ ଆଦି ବିଷୟଗୁଡ଼ିକୁ ବିଭାଗରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ । ଆଗାମୀ ଦିନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହିତ ଏହି କେନ୍ଦ୍ରରେ ଆହୁରି
ଶିଳ୍ପଭିତ୍ତିକ ଦକ୍ଷତା ତାଲିମ ପାଇଁ ପ୍ରସ୍ତାବ ରହିଛି ବୋଲି ଶ୍ରୀମତୀ ପାଢ଼ୀ ସୂଚନା ଦେଇଥିଲେ । ସମୀକ୍ଷା ବୈଠକରେ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like