Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶିଳ୍ପମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ ଓ କାର୍ଯ୍ୟାବଳୀ ସମୀକ୍ଷା

ଭୁବନେଶ୍ୱର: ନୂଆକରି ମନ୍ତ୍ରୀ ହୋଇଥିବା ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଓ ପରିଯୋଜନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅବଗତ ହୋଇଥିଲେ । ସେ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସଚିବ ଶ୍ରୀ ଶର୍ମା ଆଲୋକପାତ କରିଥିଲେ । ଭବିଷ୍ୟତରେ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପରିଣତ କରି ବିକଶିତ ଭାରତର ରୂପରେଖରେ ବିକାଶିତ ଓଡ଼ିଶାର ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହୋଇପାରିବ, ସେ ସମ୍ପର୍କରେ ନୀତିନିଷ୍ଠ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର ନାୟକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like