Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଛାତ୍ର ମୃତ୍ୟୁକୁ ନେଇ ଓଡିଶାରେ ରାଜନୀତି କରୁଛି ଝାରଖଣ୍ଡ

ଭୁବନେଶ୍ୱର: ଛାତ୍ର ମୃତ୍ୟୁକୁ ନେଇ ଓଡିଶା ରେ ରାଜନୀତି କରୁଛି ଝାରଖଣ୍ଡ। ମାତ୍ର 19 ବର୍ଷ ର ଛାତ୍ର ର ମୃତ୍ୟୁ। କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା କୁ ନେଇ ହୀନ ରାଜନୀତି ଆରମ୍ଭ ହୋଇଯାଇଛି ନିର୍ବାଚନ ର ଦ୍ଵାର ଦେଶରେ ଥିବା ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ରେ. ରାଜନୀତି ଏତେ ଜୋର୍ ଧରିଛି ଯେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ଯ ଏ ରାଜନୀତିରେ ନିଜ ନାକ ଭର୍ତି କରିଛନ୍ତି। ରାଜଧାନୀ ଭୁବନେଶ୍ବର ରେ ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜମିଛି ଝାଡ଼ଖଣ୍ଡ ରାଜନୀତି। ରାଂଚିର ଯୁବକ ଅଭିଶେକ ରବିଙ୍କ ରକ୍ତାକ୍ତ ଶରୀର ଗତ ୧୩ ତାରିଖରେ କଲେଜ କାମ୍ପସରୁ ମିଳିଥିଲା। ତୁରନ୍ତ ତାଙ୍କୁ କ୍ୟାମ୍ପସ ର ମେଡିକାଲ ଟିମ୍ ର ସହାୟତା ରେ ଡାକ୍ତରଖାନା ନିଆଯାଇଥିଲେ …ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଆତ୍ମହତ୍ୟା ବୋଲି ସନ୍ଦେହ ହେଉଥିଲେ ବି ମୃତକଙ୍କ ପରିବାର ରାଗିଙ୍ଗ ଯୋଗୁଁ ଅଭିଶେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

୧୦ ତାରିଖରେ ହଷ୍ଟେଲରେ ଆଡମିସନ୍ ନେଇଥିଲେ ଅଭିଶେକ। କିନ୍ତୁ ସେହି ହଷ୍ଟେଲରେ ଥିବା ସମସ୍ତ ଛାତ୍ର ରାଞ୍ଚିର ଓ ସମସ୍ତେ ପ୍ରଥମ ବର୍ଷ ଛାତ୍ର ଥିଲେ। ପ୍ରଶ୍ନ ଉଠିଛି, ଅଭିଶେକଙ୍କୁ ରାଗିଙ୍ଗ୍ କରିବା ପ୍ରଶ୍ନ ଉଠିଲା କେଉଁଠି? ଅଭିଶେକଙ୍କ ମୃତ୍ୟୁ ପଛରେ ତାଙ୍କ ପରିବାରର ହାତ ନାହିଁ ତ? ପୁଅର ଜନ୍ମଦିନ ପାଳନ କରୁନଥିବା ପରିବାର ପୁଅକୁ ମାନସିକ ନିର୍ଯାତନା ଦେଉନଥିଲେ ତ? ପରିବାରର ନିର୍ଯାତନା ସହି ନ ପାରି ଛାତରୁ ଡେଇଁ ପଡ଼ିଛନ୍ତି କି ଅଭିଶେକ? ସମ୍ପର୍କୀୟା ଭଉଣୀଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ରାଜନୀତି ନିଆଁକୁ ତେଜୁଥିବା ସମ୍ପୃକ୍ତ ଭଉଣୀଙ୍କର କି ସ୍ବାର୍ଥ ରହିଛି?
ଗତ ସେପ୍ଟେମ୍ବର ୧୩, ୨୦୨୪ ତାରିଖରେ ଠାରେ ଘଟିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ। ଏହା ଏକ ଅସ୍ୱାଭାବିକ ଘଟଣା ଓ ଏହା ପୋଲିସ୍ ଦ୍ୱାରା ତଦନ୍ତାଧୀନ ଅଛି। ଘଟଣା ଘଟିବା ସଂଗେ ସଂଗେ କ୍ୟାମ୍ପସ୍‌ରେ ଥିବା ମେଡିକାଲ୍ ଟିମ୍ ଦ୍ୱାରା ଛାତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଂଚାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସଂକ୍ରାନ୍ତରେ ପୋଲିସ ତଦନ୍ତ କରୁଛି | ଛାତ୍ରଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ଦ୍ୱାରା ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା ଓ ବ୍ୟବଚ୍ଛେଦ ପୋଲିସ ଓ ଛାତ୍ରଙ୍କର ପିତାମାତାଙ୍କ ଉପସ୍ଥିତିରେ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏ ମଧ୍ୟରେ କିଛି ମନ୍ତବ୍ୟ ପ୍ରକାଶ ପାଇଛି ଯାହା ଛାତ୍ର ଜଣଙ୍କୁ ରାଗିଙ୍ଗ୍ କରାଯାଇଥିବାରୁ ସେ ଏପରି ପଦକ୍ଷେପ ନେଲେ ବୋଲି ଇଙ୍ଗିତ କରୁଛି। ଏହା ସଂପୂର୍ଣ୍ଣ କପୋଳକଳ୍ପିତ ଓ ଭିତିହୀନ। କାରଣ ଛାତ୍ରଙ୍କୁ ଏକ ହଷ୍ଟେଲ୍‌ରେ କୋଠରୀ ଯୋଗାଇ ଦିଆଯାଇଥିଲା। ଯେଉଁଠାରେ କେବଳ ୧ମ ବର୍ଷର ଛାତ୍ର ରହୁଥିଲେ। ତାଙ୍କ ସହ ତଥା ନିକଟବର୍ତୀ କୋଠରୀ ଗୁଡ଼ିକରେ କେବଳ ଝାଡ଼ଖଣ୍ଡରୁ ଆସିଥିବା ୧ମ ବର୍ଷର ଛାତ୍ରମାନେ ରହୁଥିଲେ।
ଏହି ଛାତ୍ର ସେପ୍ଟେମ୍ବର ୧୦, ୨୦୨୪ରେ କଲେଜରେ ଯୋଗ ଦେଇଥିଲେ ଓ ପରର୍ବତୀ ସମୟରେ ଅନ୍ୟମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ତାଙ୍କର ସେହି ସମୟର ମାନସିକ ସ୍ଥିତି ବିଷୟରେ କଲେଜ କର୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିଲା। ଏ ବିଷୟଟି ଅନୁସନ୍ଧାନସାପେକ୍ଷ। ପୋଲିସ ପକ୍ଷରୁ ମଧ୍ୟ ଏହି ଛାତ୍ରଙ୍କୁ ରାଗିଙ୍ଗ୍ ହୋଇଥିବାର ସୂଚନା ମିଳି ନାହିଁ ବୋଲି ଗଣମାଧ୍ୟମକୁ କୁହାଯାଇଛି। ଏହିପରି ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଦୁଃଖଦାୟକ କାରଣ ଏହାଦ୍ୱାରା ଦେଶର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜକୁ ଅଯଥାରେ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି। ଏହିପରି ଉଦ୍ୟମରୁ ବିରତ ରହିବାକୁ କଲେଜ କର୍ତୃପକ୍ଷ ଅନୁରୋଧ କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି ।...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...