Connect with us

Hi, what are you looking for?

Uncategorized

ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ସୋଆର ପ୍ରୋ ଭାଇସ ଚାନ୍ସେଲର ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ଙ୍କୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପ୍ରୋ- ଭାଇସ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି।

ପ୍ରଫେସର ପ୍ରଧାନ ବର୍ତ୍ତମାନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିଲା ବେଳେ ପ୍ରଫେସର ସାହୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସପିଟାଲର ଡିନ ଭାବେ ଅବସ୍ଥାପିତ ଅଟନ୍ତି।

ପ୍ରଫେସର ପ୍ରଧାନ ଓ ପ୍ରଫେସର ସାହୁ ପ୍ରୋ-ଭାଇସ ଚାନ୍ସେଲର ଭାବେ କାର୍ଯ୍ୟ 21ସମ୍ପାଦନ କରିବା ସହିତ ନିଜର ଅନ୍ୟ ଦାୟିତ୍ଵ ମଧ୍ୟ ତୁଲାଇବେ।

ପୂର୍ବରୁ ପ୍ରଫେସର ପ୍ରଧାନ ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ର ଡିନ, ଇନଷ୍ଟିଚ୍ୟୁଟ ଅଫ ବିଜନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜର ଅଧ୍ୟକ୍ଷ ତଥା ମଣିପୁର ବିଶ୍ଵବିଦ୍ୟାଳୟ ର ବାଣିଜ୍ୟ ବିଭାଗ ର ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି।

ପ୍ରଫେସର ସାହୁ ପୂର୍ବରୁ ବୁର୍ଲାସ୍ଥିତ ଭି ଏସ ଏସ ମେଡିକାଲ କଲେଜର ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ। ସେ ରାଜ୍ୟର ଜଣେ ପ୍ରମୁଖ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି।

ପ୍ରବୀଣ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ସୋଆ ବିଶ୍ଵବିଦ୍ୟାଳୟ ର ଭାଇସ ଚାନ୍ସେଲର ହୋଇଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରୋ-ଭାଇସ ଚାନ୍ସେଲର ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...