ଭୁବନେଶ୍ୱର: ନୂଆ ବର୍ଷରେ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ
* ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜ କିଶୋର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ
* ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦନ କମିଶନର
ଶ୍ରୀ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ
* ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢୀଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ
* ୧୯୯୧ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ସାହୁ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ
* ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ
* ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ ଇଡ୍କୋ ଅଧ୍ୟକ୍ଷ ଦାୟିତ୍ୱ
* ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ
ଶ୍ରୀ ସେଠୀଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱ
* ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଟଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି
* ୧୯୯୯ ବ୍ୟାଚ୍ ଆଇଏଏସ୍ ଭାଷ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ
* ୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପିନ୍ଦର ସିଂହ ପୁନିଆଙ୍କୁ ଅତିରିକ୍ତ ଭାବେ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ।