ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ନେଲା ପ୍ରଥମ ଜୀବନ। ରାଜସ୍ଥାନର ଉଦୟପୁରରୁ ପ୍ରଥମ ମୃତ୍ୟୁ ଘଟିଛି। ତାଙ୍କର ବୟସ ୭୨ ବର୍ଷ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଓମିକ୍ରନ ଭାରିଆଣ୍ଟରେ ପ୍ରାଣ ହରାଇଥିବା ଉଦୟପୁରର ଏହି ବୃଦ୍ଧଙ୍କ ଡିସେମ୍ବର ୧୫ରେ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁଯାୟୀ ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପ ପରି ଅନେକ ରୋଗରେ ପୂର୍ବରୁ ପୀଡିତ ଥିଲେ। ଚିକିତ୍ସା ପରେ ଡିସେମ୍ବର ୨୧ରେ ତାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା।
ଡିସେମ୍ବର 25 ତାରିଖରେ ଜିନୋମ ସିକ୍ୟୁନ୍ସିଂର ସେ ଓମିକ୍ରନର ଶୀକାର ହୋଇଥିବା ଜଣା ପଡିଥିଲା। ତେବେ ଏହାର ଛଅ ଦିନ ପରେ ଅର୍ଥାତ ଡିସେମ୍ବର ୩୧ ଭୋର ସକାଳ ପ୍ରାୟ ସାଢେ ୩ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧ ଟିକାର ଉଭୟ ଡୋଜ୍ ନେଇ ସାରିଥିଲେ।
ଉଦୟପୁରର ବୃଦ୍ଧଙ୍କ ମୃତ୍ୟୁ ଉପରେ ଉଦୟପୁର ଡିଭିଜନର ସିଏମଏଚଓ ଡ. ଦିନେଶ ଖରାଡି ଏହା ପୂର୍ବରୁ ସୂଚନା ଦେଇଥିଲେ ଯେ, କୋଭିଡ୍ ପରେ ନିମୋନିଆରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧଙ୍କ ଯାତ୍ରାକାଳୀନ ଇତିହାସ ବିଷୟରେ କୌଣସି ସୂଚନା ମିଳିନାହିଁ।