ଭୁବନେଶ୍ୱର: ପୁଣି ଆସୁଛି ବଡ଼ ବର୍ଷା। ଜାନୁଆରୀ 10 ତରିଖରୁ ବର୍ଷା ଆରମ୍ଭ ହୋଇଯିବ। ତେବେ ଗତକାଲି ସୃଷ୍ଟି ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ବଙ୍ଗୋପସାଗରର ପୂର୍ଵ ଦିଗରୁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ଯାଏଁ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ । ଏଥିସହ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୦ରେ ପଶ୍ଚିମ ଓଡିଶା ଏବଂ ୧୧ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମଧ୍ୟକୁ ପ୍ରବେଶ କରୁଛି । ତେଣୁ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ଯାଏଁ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ । ଏଥିସହ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୦ରେ ପଶ୍ଚିମ ଓଡିଶା ଏବଂ ୧୧ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।