ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖି ସରକାର କଟକଣା ବଢ଼େଇବାରେ ଲାଗିଛନ୍ତି । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ଲାଗିଲା କଟକଣା। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।
ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂକ୍ରାନ୍ତି ଓ ପୋଙ୍ଗଲରେ ଜଳାଶୟରେ ଏକାଠି ହେବେନି ଶ୍ରଦ୍ଧାଳୁ । ନଦୀ କୂଳ, ପୋଖରୀ ଘାଟରେ ଏକାଠି ହେବାକୁ ବାରଣ କରାଯାଇଛି । ଜଳାଶୟରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ମନ୍ଦିରରେ କେବଳ ରୀତିନୀତି ଅନୁଷ୍ଠିତ ହେବ । ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ।