ଦେଶରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ସର୍ବଶ୍ରେଷ୍ଠ ଏକାଡେମୀ

ଭୁବନେଶ୍ୱର: ପୋଲିସଙ୍କୁ ତାଲିମ ଦେବା କ୍ଷେତ୍ରରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ସର୍ବଶ୍ରେଷ୍ଠ ଏକାଡେମୀ। ୨୦୨୦-୨୧ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ଦେଶରେ ସର୍ବଶ୍ରେଷ୍ଠ ଏକାଡେମୀ ଭାବେ ବିବେଚିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟ୍ରଫି ଦେବା ସହ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ରେ ଇଷ୍ଟ ଜୋନ ପକ୍ଷରୁ ସର୍ବଶ୍ରେଷ୍ଠ ତାଲିମ ଅନୁଷ୍ଠାନ ଭାବେ ବିବେଚିତ ହୋଇଆସୁଛି।

ପୋଲିସଙ୍କୁ ତାଲିମ ଦେବା ପାଇଁ ୨୦୦୫ ମସିହାରେ ବିଜୁପଟ୍ଟନାୟକ ପୋଲିସ ଏକାଡେମୀ ପ୍ରତିଷ୍ଠା ହୋଇଥିଲା। ୬ଟି ବ୍ୟାଚ ଓପିଏସ ସି, ୨୪ବ୍ୟାଚ ରେ ୩ହାଜର୨୦୦ ସ୍ଵ ଇନ୍ସପେକ୍ଟର, ସରଜେଟ, ଡେପୁଟି ସରଦାର ଙ୍କୁ ତାଲିମ ପ୍ରଦାନ କରିସାରିଛି। ଏହା ସହିତ ଅବକାରୀ, ଜଙ୍ଗଲ, , ଜେଲ ଏବଂ କେନ୍ଦ୍ରୀୟ ଅବକାରୀ ବିଭାଗ ଅଧିକାରୀଙ୍କୁ ତାଲିମ ଦେଉଛି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ।

Leave a Comment

Your email address will not be published. Required fields are marked *

Scroll to Top