Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସ ଗଠନ କଲା କମିଟି: ଉଦ୍ଦେଶ୍ୟ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜଧାନୀଠୁ ନେଇ ଗାଁ ଗଣ୍ଡାରେ ରାଜନୀତି ସରଗରମ। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚାରିଆଡରେ ଚର୍ଚ୍ଚା। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନିଜର ସ୍ଥିତି ଦୃଢ କରିବା ସହିତ ଅଧିକରୁ ଅଧିକ ସିଟ୍ ଜିତିବାକୁ ବିଜେଡି, ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ କଂଗ୍ରେସ ନିର୍ବାଚନ କମିଟି ଗଠନ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ ଅଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନକୁ ଆଖି ଆଗରେ ରଖି ୧୮ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କମିଟି ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଏବଂ ପରିଚାଳନା କରିବ। ନରସିଂହ ମିଶ୍ରଙ୍କୁ କମିଟିର ଅଧ୍ୟକ୍ଷ  କରାଯାଇଥିବା ବେଳେ ଯଜ୍ଞେଶ୍ଵର  ବାବୁଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଚିରଞ୍ଜୀବ ବିଶ୍ଵାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁର ରାଉତରାୟ, ତାରା ବାହିନୀପତି, ମହମ୍ମଦ ମୋକିମ, ସପ୍ତଗିରି ଉଲାକା, ସନ୍ତୋଷ ସିଂହ ସାଲୁଜା କମିଟିରେ ସଦସ୍ୟ ଅଛନ୍ତି।

ସବୁଠୁ ବଡ଼ କଥା ହେଲେ ଯେ କଂଗ୍ରେସର ଏ କମିଟି ଗଠନ ପ୍ରଶ୍ନ ଉଠାଇଛନ୍ତି ଅନେକ କର୍ମୀ। ଯେତେବେଳେ ପଂଚାୟତ ନିର୍ବଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ହଠାତ କମିଟି ଗଠନ କରିବାକୁ ମନେପଡିଲା। ବର୍ତ୍ତମାନ କମିଟି କାହାକୁ ପର୍ଥୀ ଚୟନ କରିବାକୁ ସମର୍ଥ ହେବ କି। କିମିଟି କେତେବେଳ ବସିବ ଆଉ ପ୍ରାର୍ଥୀ ଚୟନ କରିବ। ହାତରେ ଆଉ ସମୟ ନାହିଁ। ନା କେବଳ ଆଇ ୱାସ କରିବା ପାଇ କମିଟି ଗଠନ କରାଯାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...