Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଦେଶ ଫେରନ୍ତାଙ୍କ ପାଇଁ ବଦଳିଲା କୋଭିଡ ନିୟମ, ଦେଖନ୍ତୁ

ନୂଆଦିଲ୍ଲୀ: କରୋନା ସମୟରେ ବିଦେଶ ଫେରାନ୍ତଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ୨୨ ଜାନୁୟାରୀ ପରେ ରିସ୍କି ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ଲାଗି ଦେଶରେ ଆଇସୋଲେସନ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ଗାଇଡଲାଇନରେ କୁହାଯାଇଛି। ଏଥିରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ମିଳନ୍ତି ଓ ପରୀକ୍ଷଣରୁ ସେ କୋଭିଡ ଆକ୍ରାନ୍ତ ଜଣାପଡନ୍ତି ତେବେ  ତାଙ୍କ ନମୁନା ଜିନୋମ ସିକ୍ୱେନସିଂ ଲାଗି ପଠାଯିବା ସହ ପ୍ରୋଟକଲ ଅନୁସାରେ ଚିକିତ୍ସିତ ହେବେ ବୋଲି କୁହାଯାଇଛି।

ଦେଶରେ ଏବେ ଦୈନିକ ଯେତିକି ନୂଆ କରୋନା ମାମଲା ଚିହ୍ନଟ ହେଉଛି ତାହା ଗତ ଦିନମାନଙ୍କଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ରହୁଛି।   ଗତ ୨୪ ଘଣ୍ଟାରେ ଦେଶରେ ୩.୪୭ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ସାରା ବିଶ୍ୱରେ କରୋନା ଭାଇରସ ମାମଲା ବଢ଼ି ୩୪.୦୪ କୋଟି ପାର କରିଛି। ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫.୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...