ନୂଆଦିଲ୍ଲୀ: ଧନୀ ତାଲିକାରେ ବିଜେପି ନମ୍ବର ୱାନ। ମୋଦିନ୍କ ରାଜତ୍ବରେ ବିଜେପି ଦିନକୁ ଦିନ ଧନୀ ହେବାକୁ ଲାଗିଛି। ସ୍ଥିତି ଏମିତି ଯେ ବିଜେପି ଦେଶର ସବୁ ରାଜନୀତିକ ଦଳକୁ ପଛରେ ପକାଇ ଧନୀ ତାଲିକାର ୧ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି। ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକ ସମ୍ପତି ବହୁତ କମ ରହିଛି।
ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଖରାପ। କଂଗ୍ରେସ ଦଳ ଏବେ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି। ମାୟାବତୀଙ୍କ ବିଏସ୍ପି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତିର ମୂଲ୍ୟ ୪,୮୪୭.୭୮ କୋଟି ଟଙ୍କା ରହିଛି। ଏହା ପଛକୁ ବିଏସ୍ପିର ସମ୍ପତ୍ତିର ମୂଲ୍ୟ ୬୯୮.୩୩ କୋଟି ଓ କଂଗ୍ରେସ ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି।