ବିକ୍ରି ହେଲା ନୀଳାଚଳ ଇସ୍ପାତ

ଭୁବନେଶ୍ୱର: ଶେଷରେ ବିକ୍ରି ହେଲା ନୀଳଚଳ ଇସ୍ପିତ । ଏହି କମ୍ପାନୀକୁ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟା ଷ୍ଟିଲ୍‌ । ବହୁଦିନ ଧରି ଯୌଥ ଉଦ୍ୟୋଗରେ ଏହାର ପରିଚାଳନା କରାଯାଉଥିଲା । ବିକ୍ରି ନେଇ ଡକା ଯାଇଥିବା ବିଡ୍‌ରେ ଟାଟା ଷ୍ଟିଲ୍‌ର ଡାକ ଅଧିକ ରହିଥିଲା । ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ କମ୍ପାନୀର ଅଂଶଧନ ରହିଥିଲା । ବିକ୍ରି ପ୍ରସ୍ତାବକୁ ଆଜି ସରକାର ଅନୁମୋଦନ ଦେଇଥିବା ଜଣାପଡ଼ିଛି । ଏନେଇ ଡିଆଇପିଏମ୍‌ ସଚିବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

Leave a Comment

Your email address will not be published. Required fields are marked *