ଚନ୍ଦ୍ରଭାଗରେ ବୁଡ଼ ପକାଇବାର ଉପରେ ଲାଗିଲା କଟକଣା

ପୁରୀ: ଚନ୍ଦ୍ରଭାଗରେ ବୁଡ଼ ମନା।   କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ ରୋକ ଲଗାଯାଇଛି।

ଆସନ୍ତା ୬ ତାରିଖ ଅପରାହ୍ନ ୪ ଘଟିକା ଠାରୁ ୭ ତାରିଖ ସକାଳ ୯ ଘଟିକା ତଥା ନୀତିକାନ୍ତି ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଚନ୍ଦ୍ରଭାଗାରେ ବୁଡ ପକାଇବା ନିମନ୍ତେ ଭିଡ ହେବା ସହ ସାମାଜିକ ଦୂରତ୍ୱ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ପାଇଁ ଅନୁମତି ରହିଛି ।

Leave a Comment

Your email address will not be published. Required fields are marked *

Scroll to Top