ମୃତ୍ୟୁରେ ଲାଗୁନି ବ୍ରେକ, ୯ ଦିନରେ କରୋନା ନେଲା ୧୪୪ ମୁଣ୍ଡ

ଭୁବନେଶ୍ୱର: କରୋନା ମୃତ୍ୟୁରେ ଲାଗୁନି ବ୍ରେକ।  କରୋନାରେ   ଆଜି ୨୨ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।  ୯ ଦିନରେ ୧୪୪ଜଣଙ୍କର  ମୃତ୍ୟୁ ହୋଇଛି। ଦେଖନ୍ତୁ କେଉଁ ଦିନ କେତେ।

ଦିନ          ମୃତ୍ୟୁ ସଂଖ୍ୟା

ଫେବୃୟାରୀ ୧  – 17

ଫେବୃୟାରୀ ୨ – ୧୯

ଫେବୃୟାରୀ ୩ –   ୦

ଫେବ୍ରୁୟାରୀ ୪ –   ୦

ଫେବୃୟାରୀ ୫ – ୨୨

ଫେବୃୟାରୀ ୬ – ୨୩

ଫେବୃୟାରୀ ୭- ୨୦

ଫେବୃୟାରୀ ୮- ୨୧

ଫେବୃୟାରୀ ୯- 22

ଆଜି ୨୨ଜଣ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୪ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡ଼, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୯୭କୁ ବୃଦ୍ଧି ପାଇଛି ।କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି କିନ୍ତୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।  ଏପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Leave a Comment

Your email address will not be published. Required fields are marked *

Scroll to Top