ଭୁବନେଶ୍ୱର: ପୋୖରାଞ୍ଚଳ ନିର୍ବାଚନ ପାଇଁ ଭୋଟର ଲିଷ୍ଟ ଡ୍ରାଫ୍ଟ ପ୍ରକାଶିତ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ nota ରହିଛି। ଚଳିତ ବର୍ଷ ମେୟର ଓ ଚେୟାର ମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟେ ବୁଥ ରେ ଦୁଇଟି ଇଭିଏମ ରହିବ। କାଉନ୍ସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ କଲର ଇଭିଏମ ରହିବ ଓ ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ଇଭିଏମ ମେସିନ ରହିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।