ଭୁବନେଶ୍ୱର: କଣାସରେ ସାମ୍ବାଦିକଙ୍କୁ ଆକ୍ରମଣ । ଭାଙ୍ଗିଦେଲେ କ୍ୟାମେରା । ଛାାଡେଇ ନେଲେ ଲାଇଭ ୟୁ ମେସିନ। ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ କରିବାବେଳେ ଘଟିଛି ଆକ୍ରମଣ।ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସରେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି । ପଞ୍ଚାୟତ ନିର୍ବାଚନ ଖବର କଭ୍ରେଜ ବେଳେ ନ୍ୟୁଜ୍ ସେଭେନ୍ ଓ ନ୍ୟୁଜ୍ ୧୮ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ସାମ୍ବାଦିକଙ୍କ ବୁମ୍ ଛଡାଇ ନେବା ସହ କ୍ୟାମେରାକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଏପିରିକି ସାମ୍ବାଦିକଙ୍କ ବ୍ୟାକ୍ପ୍ୟାକ୍ ମଧ୍ୟ ଛଡାଇନେଇଛନ୍ତି ଦୁର୍ବୃତ୍ତ । ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି କିଛି ନିଶାସକ୍ତ ଯୁବକ । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି ।