ଡାକ୍ତରଙ୍କ ଘରେ ଭିଜିଲାନସ ରେଡ଼, ମିଳିଲା କୋଟିଏ କ୍ୟାସ, ଦେଖନ୍ତୁ ପୁରା ରିପୋର୍ଟ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଚାରେ କୋଟିପତି ଡାକ୍ତର ସୁକାନ୍ତ ଜେନା ।  ରୋଗୀଙ୍କ ଠାରୁ ଅପରେସନ୍‌ ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ  ରେଡ଼଼ ହ୍ୟାଣ୍ଡ ଧରିଥିଲା।  ତା ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବାସ ଭବନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୧ କୋଟି ୧୨ ଲକ୍ଷ ଟଙ୍କାର ନଗଦ କ୍ୟାସ୍‌ ମିଳିଥିବା  ସୂଚନା  ଦେଇଛି ଭିଜିଲାନ୍ସ।

 

ସୂଚନା ମୁତାବକ ଡାକ୍ତର ସୁକାନ୍ତ ଜେନା ପୁରୀ ଚାରିଛକ ସ୍ଥିତ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ବାସ ଭବନରେ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି ।

Leave a Comment

Your email address will not be published. Required fields are marked *