ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, କାଲି ସ୍ୱାଗତ କରିବେ

ଭୁବନେଶ୍ୱର:ଦୁଇ ଦିନିଆ ପୁରି ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।୨୦ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ଳତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରଶ୍ବତି ଗୋସ୍ବାମୀ ପ୍ଳଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ।ଏନେଇ ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟ ରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରିବେ।ଭୁବନେଶ୍ୱର ବିମାନ ବନ୍ଦର ରେ ୨.୨୫ରେ ପହଞ୍ଚି ବେ। ଭୁବନେଶ୍ୱର ବିମାନ ବନ୍ଦର ପହଁଚିବା ପରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ସ୍ୱାଗତ କରିବେ। ତାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚି ବେ।୫ଟାରୁ ୫.୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ। ୨୦ ତାରିଖ ଦିନ ୪ଟା ୪୦ ମିନିଟ ଓଡ଼ିଶା ଛାଡି ବେ ରାଷ୍ଟ୍ରପତି

Leave a Comment

Your email address will not be published. Required fields are marked *

Scroll to Top