Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଜ୍ୟ ମୁକ୍ତ ଅବାଧ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ବର: ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ । ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟରେ ଯେଉଁ ହିଂସାତ୍ମକ ବାତାବରଣ ସୃଷ୍ଟି କରୁଛନ୍ତି ତାହା ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ କ୍ଷତିକାରକ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅବଗତ କରାଇଛି କଂଗ୍ରେସ । ତତ୍‌ସହିତ କେତେକ ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଥିବା ପରିପ୍ରେକ୍ଷୀରେ କମିଶନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଶକ୍ତ ଭାବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସର ପ୍ରତିନିଧି ଦଳ ।

ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଲମ୍ବା ନିବାସୀ ଦୟାନିଧି ସେଠୀଙ୍କ ବାସଭବନ ସାମନାରେ ଛିଆହୋଇଥିବା ତାଙ୍କର କାରକୁ ୧୬ ତାରିଖ ରାତିରେ ଓଲମ୍ବା ପଂଚାୟତର ସରପଂଚ ପ୍ରାର୍ଥୀ ସୁଧାକର ସ୍ୱାଇଁ ଓ ତାଙ୍କର କେତେକ ସମର୍ଥକ ପୋଡ଼ି ଦେଇଥିଲେ ।

ସକାଳେ ଧମକ ଦେଲେ ରାତିରେ କାର ପୋଡ଼ିଲେ । ୧୭ ତାରିଖରେ ସେଠୀ ବଡ଼ଗଡ଼ ଥାନରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି ଅଭିଯୁକ୍ତମାନେ ଶାସକ ବିଜୁ ଜନତା ଦଳର କର୍ମୀ ତେଣୁ ପୋଲିସ ଜାଣିଶୁଣି ଘଟଣାକୁ ଠିକ୍‌ଭାବେ ତଦନ୍ତ କରୁନାହିଁ । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଅର୍ଥ ପରୋକ୍ଷରେ ତାକୁ ଆଉ ଏକ ଅପରାଧ ଘଟାଇବାକୁ ଉତ୍ସାହିତ କରିବା ସଂଗେ ସମାନ ।

ପୋଲିସର ଏତାଦୃଶ ଆଚରଣ ଜାରି ରହିଲେ ବିଜୁ ଜନତର ଦଳର ସମର୍ଥକ ମାନେ ଭାବିବେ ଯେ ପୋଲିସ ଓ ପ୍ରଶାସନ ତାଙ୍କ ପକେଟରେ ଅଛି, ତାହାହେଲେ ଶାନ୍ତିପୂର୍ଣ୍ଣ ନିରପେକ୍ଷ ନିର୍ବାଚନ ହେବା କିଭଳି ସମ୍ଭବ? ପୁନଶ୍ଚ ଆସନ୍ତାକାଲି  ଅର୍ଥାତ ୨୦ ଫେବୃଆରୀରେ ଗଞ୍ଜାମ ଜିଲ୍ଲାରେ ଧରାକୋଟ ବ୍ଲକରେ ନିର୍ବାଚନ ଅଛି । ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ସମଗ୍ର ଧରାକୋଟ ବ୍ଲକର ଭୋଟରମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି ।

ଏପରିକି  ଓଲମ୍ବା ଗ୍ରାମପଂଚାୟତ, ଧରାକୋଟ ଗ୍ରାମ ପଂଚାୟତ, ଜାହାଡ଼ା ଗ୍ରାମ ପଂଚାୟତ, ଝାଡ଼ବନ୍ଧ ଗ୍ରାମ ପଂଚାୟତ, ମୁଣ୍ଡାମରାଇ ଗ୍ରାମପଂଚାୟତରେ ବୁଥ ଜବରଦଖଲ କରିବା ଆଶଙ୍କାକୁ ମଧ୍ୟ କଦାପି ଅସ୍ୱୀକାର କରାଯାଇ ନପାରେ । ଏଣୁ ତୁରନ୍ତ କମିଶନ ଏ ସବୁ ଅଂଚଳରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନ କରାଇବାକୁ ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର, ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ସଂପାଦକ ସୁବ୍ରତ ମହାପାତ୍ର କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...