ଭୁବନେଶ୍ୱର: ହଟିଲା କରୋନା କଟକଣା। ସବୁ ଖୋଲା କଲେ ରାଜ୍ୟସରକାର। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଗାଇଡ୍ଲାଇନ୍ ଜାରି କରାଯାଇଛି। ମାର୍ଚ୍ଚରେ ମାସରେ ରାଜ୍ୟସରକାର ଅନଲକ ପକ୍ରିୟା ଆରମ୍ଭ କରିଛନ୍ତି। ପ୍ରାୟ ସମସ୍ତ ଆକ୍ଟିଭିଟି ଉପରୁ କଟକଣା ହଟାଇଛନ୍ତି ସରକାର ।
୧. ସାରା ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ।
୨. କୋଭିଡ୍ ନିୟମ ପାଳନ ସହ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି ।
୩. ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦିକୁ ମିଳିଛି ସରକାରଙ୍କ ଅନୁମତି ।
୪. ବାହାଘର , ବ୍ରତଘର ଭଳି କାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ମିଳିଛି ଅନୁମତି । ସେହିଭଳି ଶୁଦ୍ଧିକ୍ରିୟାରେ ୨୫୦ଜଣ ଯୋଗଦେଇପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ ।
୫. ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳପୂର୍ଣ୍ଣିମା ଓ ହୋଲି ପାଳନ ହେଉଥିବାରୁ ଏଥି ପାଇଁ ମଧ୍ୟ ଗାଇଡ୍ ଲାଇନ୍ ଜାରି କରାଯାଇଛି ।
୬. ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ରୋକ୍ ଲାଗାଯାଇଛି। କେବଳ ନିଜ ନିଜ ଘରେ ରହି ରଙ୍ଗର ପର୍ବ ପାଳିବାକୁ କୁହାଯାଇଛି ।
୭.ଏଥି ସହ ୬୫ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଏବଂ ୧୦ବର୍ଷ ବୟସରୁ କମ୍ ପିଲାମାନଙ୍କୁ ଗହଳି ସ୍ଥାନକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି ।