Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଜେଏସଡବ୍ଲୁ ପ୍ରକଳ୍ପ: ଢିଙ୍କିଆରେ ସରିଲା ଶୁଣାଣି, ପ୍ରକଳ୍ପ ବିରୋଧୀଙ୍କୁ କହିବାକୁ ମିଳିଲାନି ସୁଯୋଗ

ଜଗତସିଂହପୁର:1  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଏସଡବ୍ଲୁ ପ୍ରକଳ୍ପକୁକୁ ନେଇ ଆଜି ଢ଼ିଙ୍କିଆରେ ଶେଷ ହୋଇଛି ଦ୍ବିତୀୟ ଥର ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଞ୍ଚାୟତର ଅନେକ ଗାଁର ଗ୍ରାମବାସୀଙ୍କ ସମେତ ଜଗତସିଂହପୁର ଜିଲାପାଳ,ଏସ୍‌ପି, ବିଭିନ୍ନ ପ୍ରଶାସନିକ ଅଧିକାରୀ  ଓ ହାଇକୋର୍ଟଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରତିନିଧି ମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଥିଲେ।

ଆଜି ଜନଶୁଣାଣି ବେଳେ ପ୍ରକଳ୍ପ ବିରୋଧୀ ଓ ପୋଲିସ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ଠେଲାପେଲା ହୋଇଥିଲା । ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ଓ ପୋଲିସର ମାତ୍ରାଧିକ କାର୍ଯ୍ୟର ଅଭିଯୋଗକୁ ନେଇ ଢ଼ିଙ୍କିଆରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁଣି ଥରେ ଜନ ଶୁଣାଣି ହୋଇଥିଲା । ଜନ ଶୁଣାଣି ଚାଲିଥିବା ବେଳେ ପ୍ରକଳ୍ପକୁ ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ସେମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ବୈଠକ ସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଗଣମାଧ୍ୟମ ଆଗରେ ପ୍ରକଳ୍ପ ବିରୋଧୀ ମାନେ ପ୍ରତିକ୍ରିୟା ରଖୁଥିବା ବେଳେ ପୋଲିସ ପ୍ରତିରୋଧ କରିବାରୁ ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା ।

ଦୀର୍ଘ ସାଢେ ତିନି ଘଣ୍ଟା ଧରି ଏହି ଜନଶୁଣାଣି ଚାଲିଥିଲା ।  ପୋଲିସର କାର୍ଯ୍ୟାନୁଷ୍ଠାନ ବାବଦରେ ବହୁ ଗ୍ରାମବାସୀ ମାନେ କମିଟି ଆଗରେ ଅଭିଯୋଗ ରଖିଥିଲେ । ଆଉ କିଛି ଲୋକ ପୋଲିସକୁ ସମର୍ଥନ କରି ମତ ରଖିଥିଲେ । କମିଟି ଓ ଜିଲା ପ୍ରଶାସନ ଉଭୟଙ୍କ ମତ ଶୁଣିବା ସହ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି । ଏହି ଶୁଣାଣିରେ ହାଇକୋର୍ଟଙ୍କ ପ୍ରତିନିଧି, ଜଗତସିଂପୁର ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ପ୍ରକଳ୍ପକୁ ବିରୋଧ କରି ଗତ ଜାନୁଆରୀ ୧୪ ରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏହି ଘଟଣାରେ ବହୁ ଆନ୍ଦୋଳନକାରୀ ଆହତ ହୋଇଥିଲେ । ପରେ ଏହାର ପ୍ରତିବାଦରେ ହାଇକୋର୍ଟ ରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଢିଙ୍କିଆ ଅଞ୍ଚଳକୁ ଏକ ପ୍ରତିନିଧି ମଣ୍ଡଳୀ ୧୫ ଦିନ ତଳେ ପଠାଇ ଥିଲେ । ତେବେ ଏହି ଟିମ ଢ଼ିଙ୍କିଆ ଗାଁରେ ଆସି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ପୁଣି ମାରପିଟ ହେବାରୁ ତଦନ୍ତ ଅଧା ରହିଥିଲା । ପୂନର୍ବାର ଜନ ଶୁଣାଣି କରି ଲୋକଙ୍କ ମତ ନେବାକୁ ହାଇକୋର୍ଟ ଜଗତସିଂହପୁର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ  ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...