ଭୁବନେଶ୍ୱର: ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କରୋନା କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଆଗକୁ ସଂକ୍ରମଣ ବୃଦ୍ଧି ପାଏ ତାହା ହେଲେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।
ଏଥର ମୋଟ ୧୮ଶହ ୯୯ଟି ଓ୍ୱାର୍ଡରେ ପୌର ନିର୍ବାଚଚନ ହେଉଛି। ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ଓ ୩ ମହାନଗରର ୧୬୧ଟି ଓ୍ୱାର୍ଡରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୪ ହଜାର ୪୭୫ଟି ବୁଥ କରାଯିବ। ୪୨ ଲକ୍ଷ ଭୋଟର ଚଳିତ ପୌର ନିର୍ବାଚନରେ ଭୋଟ ଦେବେ।