କରୋନା ଟୀକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ୧୬ରୁ ୧୨ରୁ୧୪ ବର୍ଷ ପିଲାଙ୍କୁ ଦିଆଯିବ ଟୀକା

ନୂଆଦିଲ୍ଲୀ:  ମାର୍ଚ୍ଚ ୧୬ ତାରିଖରୁ ଦେଶରେ ୧୨ ବର୍ଷରୁ ୧୪ ବର୍ଷ ବୟସ ବର୍ଗର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କୋର୍ବେଭାକ୍ସ (Corbevax) ଭ୍ୟାକସିନ୍‌ ଦିଆଯିବ । ବାୟୋଲୋଜିକାଲ ଇ ଲିମିଟେଡ୍‌ କମ୍ପାନୀ ଦ୍ବାରା କୋର୍ବେଭାକ୍ସ ଟିକା ତିଆରି କରାଯାଇଛି । କେବଳ ଶିଶୁ ନୁହେଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ । ଏବେ ଭାରତରେ ଆଗଧାଡିର କରୋନା ଯୋଦ୍ଧା, ଯେପରିକି ସ୍ବାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଉଛି ।

https://twitter.com/mansukhmandviya/status/1503284436284100610?s=20&t=c1LrkQI9KkvB4esoVTyZ4g
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ଟ୍ବିଟ୍‌ କରି କହିଛନ୍ତି, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆଗକୁ ସେ ଲେଖିଛନ୍ତି, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଠାରୁ ଦେଶରେ ୧୨ ରୁ ୧୪ ବର୍ଷ ବୟସ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ’ । ପିଲାମାନେ ତଥା ବୟସ୍କ ବ୍ୟକ୍ତିମାନେ ଟିକା ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।

ଜାନୁଆରୀ ୩ ତାରିଖରୁ ଭାରତରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା ।

 

Leave a Comment

Your email address will not be published. Required fields are marked *