Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କମିଲା କରୋନା, ଉଠିଲା ମହାମାରୀ କଟକଣା

ନୂଆଦିଲ୍ଲୀ: କରୋନା ମହାମାରୀକୁ ପୁରିଛି ଦୁଇ ବର୍ଷ । ତେବେ ଧୀରେ ଧୀରେ ସାରା ଦେଶରୁ ଏହିର ପ୍ରକୋପ କମିବାରେ ଲାଗିଲାଣି । ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟାର ବି ଲାଗିଲାଣି ବ୍ରେକ୍ । ଏହାକୁ ଦୃଷ୍ଟିରେ ରଖି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ହଟାଇଛନ୍ତି ସରକାର । ପୂର୍ବ ନିୟମକୁ ପ୍ରତ୍ୟାହାର କରିଛି କେନ୍ଦ୍ର  ।

ଏନେଇ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି । ଆଗକୁ କୋଭିଡ ସ୍ଥିିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଜାରି ହୋଇଛି । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।

ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି ।

 

ଏପି

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...