ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ବେଶ୍ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଭୋଟ୍ ଗ୍ରହଣ ହେଉଛି ।
ତେବେ ପୌର ନିର୍ବାଚନ ପାଇଁ ଡିସିପି ଅଫିସରେ ଡିଜିଟାଲ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଓଡିଶା ସ୍ପେସ ରିସର୍ଚ୍ଚ ଆପ୍ଲିକେସନ ସହାୟତାରେ ମ୍ୟାପିଂ ଟେକ୍ନୋଲୋଜି ବ୍ୟବହାର କରାଯାଇ ନିର୍ବାଚନର ମନିଟରିଂ କରୁଛି ପୋଲିସ । ଏହାସହ ବୁଥରେ ମୁତୟନ ହୋଇଥିବା ପୋଲିସ ଅଧିକାରିଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ବୁଥରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଲୋକେସନ ସ୍ପଷ୍ଟ ଜାଣି ହେଉଛି । ଏହା ସହ ଆପ ମାଧ୍ୟମରେ ବୁଥ ଗୁଡିକର ସ୍ଥିତି କେମିତି ଅଛି ତାହା ମଧ୍ୟ ପୋଲିସ ଜଣି ପାରୁଛି।