ଭୁବନେଶ୍ୱର: କେମିତି ଓ କେଉଁଠୁ ଧରାପପଡିଲେ ଶର୍ମିଷ୍ଠା ଓ ସହଯୋଗୀ ଜୁନା ଭୋଇ। କ୍ରାଇମବ୍ରାଞ୍ଚ ତରଫରୁ ମିଳିଥିବା ସୂଚନା ମୁତାବକ ଉଭୟ କୋଲକାତାରୁ ଏକ ବସ ଯୋଗେ ଭଦ୍ରକ ଫେରୁଥିଲେ। ପୋଲିସ ଏହା ଜାଣିପାରିଥିଲା। ଠିକ ଭୋର ସାଢ଼େ ପାଞ୍ଚଟା ସମୟରେ ଭଦ୍ରକ ନଳାଙ୍ଗ ନିକଟରେ ବସ ଅଟକାଇ ଭିତରକୁ ଯାଇ ଉଭୟଙ୍କୁ ଉଠାଇ ଆଣିଥିଲା ପୋଲିସ। ଭଦ୍ରକ ତିହିଡି ପୋଲିସ ସହଯୋଗରେ ଏହା କରିଥିଲା କ୍ରାଇମବ୍ରାଞ୍ଚ ଟିମ। ପରେ ଉଭୟଙ୍କୁ ତିହିଡି ଥାନା ଆଣି ଜେରା କରାଯାଇଛି। ଉଭୟ ରାଜ୍ୟ ବାହାରେ ମାସାଧିକ ସମୟ କାଟିଛନ୍ତି। କୋଲକାତା ଓ ଗୌହାଟିରେ ସେ ଅଧିକ ସମୟ ବିତାଇଛନ୍ତି। ରେଳ ଷ୍ଟେସନରେ ରାତି ରାତି କାଟିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଟିମର ତନାଘନା ପରେ ସେମାନେ ନର୍ଭସ ହୋଇଯାଇଥିଲେ। ବାଧ୍ୟ ହୋଇ ଓଡିଶା ଫେରିବାକୁ ଚାହିଁ ଥିଲେ। ଏପରିକି ଲୁଚି ଭୁବନେଶ୍ୱର ପଳାଇ ଆସିବା ପାଇଁ ଯୋଜନା କରିଥିଲେ। ଶେଷରେ ସବୁ ଯୋଜନା ଫେଲ ମାରିଲା। ଏବେ 10 ଦିନିଆ ରିମାଣ୍ଡରେ ଆଣି ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଏଡିଜି ସଂଜୀବ ପଣ୍ଡା।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍ଟରଷ୍ଟିସିଆଲ୍ ଇମ୍ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...