Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଏକଲବ୍ୟ ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ

ଭୁବନେଶ୍ୱର, ୦୧/୦୪/୨୨: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌ ତରଫରୁ ସମ୍ମାନଜନକ “ଏକଲବ୍ୟ ପୁରସ୍କାର ୨୦୨୨” ନିମନ୍ତେ ନାମାଙ୍କନ ପତ୍ର
ଆହ୍ୱାନ କରାଯାଉଛି । \”ଏକଲବ୍ୟ ପୁରସ୍କାର\’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ରାଶି ପରିମାଣ ଟ.୫୦୦,୦୦୦/- (ପାଞ୍ଚଲକ୍ଷ ଟଙ୍କା) ରହିଛି । ମୁଖ୍ୟ ପୁରସ୍କାର ଛଡ଼ା ଦୁଇଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି ପରିମାଣ ଟ.୫୦,୦୦୦/- (ପଚାଶ ହଜାର ଟଙ୍କା) ଲେଖାଏଁ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶାସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ ବୋର୍ଡ/ ସଂଘ, ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ
ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ । ପ୍ରାର୍ଥୀ ମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ପ୍ରାଞ୍ଜଳ ଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ ( ୧ ଏପ୍ରିଲ୍ ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୨ ) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ୍ କରିଥିବା ବିଭିନ୍ନ କୃତିତ୍ୱର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ । ପ୍ରର୍ଥୀପତ୍ରଗୁଡ଼ିକ ନିଶ୍ଚିତ ଭାବେ ୩୧ ମେ\’ ୨୦୨୨ ତାରିଖ ସୁଦ୍ଧା \”ଏକଲବ୍ୟ ପରୁସ୍କାର, ଇମ୍ପାକ୍ଟ, ଇମ୍ଫା
ବିଲ୍‌ଡିଂ, ଭୁବନେଶ୍ୱର – ୭୫୧୦୧୦\’ ଠିକଣାରେ ପହଞ୍ôଚବା ଆବଶ୍ୟକ । ଅନ୍ୟ ପକ୍ଷରେ, ପ୍ରର୍ଥୀପତ୍ରଗୁଡ଼ିକ ekalabya@imfa.inକୁ ଇ-ମେଲ୍ କରିହେବ ଏବଂ ସହାୟକ କାଗଜପତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ପଠାଇବାକୁ ହେବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...