ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଗକୁ ଆହୁରି ବଢିବ ତାତି । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ କହିଥିବା ବେଳେ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜି ରାଜ୍ୟର ୨୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
ବଲାଙ୍ଗୀର ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଆତିକ୍ରମ କରିଛି । ଟିଟିଲାଗଡ଼ରେ ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ସୋନପୁର ୪୩.୪, ବାରିପଦା ଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବାରିପଦାଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩, ହୀରକୁଦରେ ୪୨.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫ ଡିଗ୍ରୀ, ବୌଦ୍ଧ, ଦେବଗଡ଼ ଢେଙ୍କାନାଳରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି ।
ଅନ୍ୟପଟେ କେନ୍ଦ୍ରାପଡ଼ାରେ ୪୨.୨, ଖୋର୍ଦ୍ଧା ଓ ବରଗଡ଼ରେ ୪୨ ଡିଗ୍ରୀ, କଟକ ୪୦.୨ ଓ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଛି ।