Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କଂଗ୍ରେସ ବିଧାୟକଙ୍କୁ ଆସିଲା ରାହୁଲ ଗାନ୍ଧୀଙ୍କ ଡାକରା, ୯ରେ ଭାଟିବେ

ଭୁବନେଶ୍ୱର: ଆଗାମୀ ପିସିସି ସଭାପତି କିଏ ହେବେ। ଦିଲ୍ଲୀରେ ହେବ ନିଷ୍ପତ୍ତି।  ଏ ନେଇ ରାହୁଲ ଗାନ୍ଧୀଙ୍କ ଅଫିସରୁ  ବିଧାୟକ ଦିଲ୍ଲୀ ଆସିବାକୁ ଫୋନ କଲ ଆସିଛି। ଆସନ୍ତା ୯ତାରିଖରେ ଦିଲ୍ଲୀ ଆସିବାକୁ କୁହାଯାଇଛି।  ଏପଟେ ବିଧାୟକ ମାନେ ପ୍ରସ୍ତୁତ ହୋଇସାରିଛନ୍ତି ଦିଲ୍ଲୀ ଯିବାକୁ। ଦିଲ୍ଲୀ ଯାଇ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଆଗରେ ପିସିସି ସଭାପତି ନେଇ ମତ ରଖିବା ସହ ତୃଣମୂଳ ସ୍ତରରୁ କେମିତି କଂଗ୍ରେସ ସଙ୍ଗଠନ ମଜବୁତ ହେବ ସେ ନେଇ ପ୍ରସ୍ତାବ ରଖିବେ। ଏପରିକି ରାହୁଲ ଗାନ୍ଧୀଙ୍କ ଆଗରେ ପିସିସି ସଭାପତି କିଏ ହେବେ ବିଧାୟକ ମାନେ  ତାଙ୍କ ନାମ ମଧ୍ୟ ପ୍ରକାଶ କରିବେ । ସେହି ବୈଠକ ରେ କିଏ  ପିସିସି ସଭାପତି ହେବ ନିଷ୍ପତି ହେବ।

କଂଗ୍ରେସ ଭାବନରେ  ଆଗାମୀ ପିସିସି  ଚୟନ ନେଇ ଦୁଇ ଦିନ ଧରି ମାନସମନ୍ଥନ ଚାଲିଥିଲା। ପିସିସି ସଭାପତି ତାଲିକା ଲମ୍ବା ହେବା ସହିତ  ଦ୍ଵନ୍ଦ ଉପୁଜିଲା। ଏପରିକି ଶରତ ପଟ୍ଟନାୟକ ପିସିସି ସଭାପତି ହେବ ନେଇ  ଚର୍ଚ୍ଚ ଜୋର ଧରିଲା। ଯାହାକୁ ନେଇ କଂଗ୍ରେସ ରେ ବିବାଦ ଉପୁଜିଲା। ଆଉ କଂଗ୍ରେସ ବିଧାୟକ ଦଳ ପାରୁ ନରସିଂହ ମିଶ୍ର ଏବଂ ମୁଖ୍ୟସଚେତକ ପଦରୁ  ତାରା ପ୍ରସାଦ ବାହିନୀପତି ଇସ୍ତଫା  ଦେଲେ ।ଏପରିକି ବିଧାୟକ ମାନେ ମଧ୍ୟ ବିରୋଧ କଲେ। ଏପରିକି ପ୍ରଭାରୀ ଚେଲ୍ଲା କୁମାରଙ୍କ  ସହିତ ୱାନ ଟୁ ୱାନ ବେଳେ ମଧ୍ୟ କୌଣସି  ମଧ୍ୟ ଶରତ ପଟ୍ଟନାୟକ ସପକ୍ଷରେ ମତାମତ ଦେଇନଥିଲେ। ଯେଉଁଥିପାଇଁ ବିବାଦ ଜୋର ଧରିଥିଲା। ଅସନ୍ତୋଷ ଅଧିକ ହେବାରୁ ଶେଷରେ ଚେଲା କୁମାର ବିଧାୟକ ମାନଙ୍କୁ ଦିଲ୍ଲୀ ଡାକି ରାହୁଲ ଗାନ୍ଧୀ ପାଖରେ ବୈଠକ କରି ପିସିସି ସଭାପତି କିଏ ହେବ ନିଷ୍ପତ୍ତି ହେବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...