Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ୱିମେନ୍ ବିଜନେସ୍ ମେଳା- ୨୦୨୨ ମେଳାରେ ସୋଆ ସମ୍ମାନିତ

  • ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ
  • ୱିମେନ୍ ବିଜନେସ୍ ମେଳା- ୨୦୨୨ ମେଳାରେ ସୋଆ ସମ୍ମାନିତ

ଭୁବନେଶ୍ୱର, ୦୫/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା
ଆୟୋଜିତ ଭାରତ ର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋଆ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଭୁବନେଶ୍ୱର ଜନତା ମଇଦାନଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା ୨୦୨୨କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ
କରିଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । ମେଳାରେ ଲାରା ଦତା ଶୋଭାବର୍ଦ୍ଧନ କରିବା ସହ ବଲିଉଡ୍‌ରେ ନିଜର ଅନୁଭୂତି ଏବଂ ମହିଳା ସଶକ୍ତିକରଣ ସମ୍ପର୍କରେ ମତ
ରଖିଥିଲେ । ୧୦୦ରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀ ସାମିଲ ହୋଇଥିବା ଏହି ମେଳାରେ ଶିକ୍ଷା ଓ ଅନୁସନ୍ଧାନକୁ ସାମାଜିକ ଦାୟିତ୍ୱ ବହନ ନିମନ୍ତେ ସମ୍ମାନିତ କରାଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଛୋଟ ବଡ଼ ବହୁ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଥିବା ଏହି ମେଳା
ଆସନ୍ତା ମେ ୮ ତାରିଖ ଯାଏଁ ଚାଲିବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...