ଭୁବନେଶ୍ୱର: ଘୋଷଣା ହେଲା ମାଟ୍ରିକ ରେଜଲ୍ଟ ତାରିଖ । 6ତାରିଖ ଦିନ ଦିନ 1ଟାରେ କଟକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହା ସହିତ ୱେବ ସାଇଟ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସେମାନଙ୍କ ର ରେଜଲ୍ଟ ଦେଖିପାରିବେ।
ଚଳିତବର୍ଷ 5 ଲକ୍ଷ 28 ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି । 43000 ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଚଳିତ ବର୍ଷ ନୂଆ ଢାଞ୍ଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା । ସମେଟିଭ ୧ ଓ ସମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା ।ମାଟ୍ରିକ ରେଜଲ୍ଟ bseodisha.ac. in ଏବଂ odisharesult. nic. in ରେ ପାଇପାରିବେ .ଏପ୍ରିଲ 29 ରୁ ମେ 7 ପରୀକ୍ଷା ଖାତା ଦେଖା ହୋଇଥିଲା.ମେ 21 ରୁ 58 ଟି ଖାତା ଦେଖା କେନ୍ଦ୍ରରେ ଖାତା ଦେଖା ଯାଇଥିଲା।