Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାୟକ ପାଣ୍ଠି ଵୃଦ୍ଧି ଦାବି ଜୋର ଧରିଲା

ଭୁବନେଶ୍ୱର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି ବିଧାୟକ ପାଣ୍ଠି ର ବୃଦ୍ଧି କରଯାଉ । ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ 2 କୋଟି ସାଧାରଣ ରେ ଏବଂ ଉଚ୍ଚଶିକ୍ଷା ପାଇଁ 50 ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ 50 ଲକ୍ଷ ଦିଆଯାଉଛି । ଆଲୋଚନା ରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁ ରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ 2 କୋଟି ବଦଳରେ 3 କୋଟି କରଯାଉ । ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡୋଶୀ ରାଜ୍ୟ ମାନଙ୍କରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ 3 କୋଟି ରୁ 10 କୋଟି କୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିର କୁ ବିଧାୟକ ପାଣ୍ଠି ରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥ ସୀମା କୁ ଉଠାଯାଇ ସାଧାରଣ ଖର୍ଚ୍ଚ କୁ 3 କୋଟି କରଯାଉ।

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି । ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ । ସମୟ ଆସିଲେ ବିଚାର କରାଯିବ । 2020-21 ରେ ବିଧାୟକ ପାଣ୍ଠି 1 କୋଟି ରୁ 3 କୋଟି କୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ 2 କୋଟି ଥିବା ବେଳେ ତେଲେଙ୍ଗାନା ରେ 5 କୋଟି, ଛତିଶଗଡ଼ ରେ 4 କୋଟି, ପଶ୍ଚିମବଙ୍ଗ ରେ 60 ଲକ୍ଷ, ଝାଡ଼ଖଣ୍ଡ ରେ 4 କୋଟି, ମହାରାଷ୍ଟ୍ର ରେ 5 କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ 5 କୋଟି ରହିଛି ।

ବାଚସ୍ପତିଙ୍କ ନିର୍ଦ୍ଦେଶ….
ବିଧାୟକ ମାନେ ଯେଉଁ ପ୍ରସ୍ତାଵ ଦେଉଛନ୍ତି ତାହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...