ଖୁବଶୀଘ୍ର10 ଜିଲ୍ଲା ବସିବ 325 ଟେଲିଫୋନ ଟାୱାର

ଭୁବନେଶ୍ୱର ୨୧/୭: ଗାଁ ରେ ଟେଲି ଫୋନ ଟାୱାର ନଥିବା ରୁ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀଙ୍କ ଦାବି ବର୍ତ୍ତମାନ ଟେକ୍ନୋଲୋଜି ର ସମୟ ହୋଇଥିବା ରୁ ଅଧିକ ରୁ ଅଧିକ ଟେଲି ଫୋନ ଟାୱାର ନିର୍ମାଣ କରଯାଉ ।

ଏ ନେଇ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତରରେ କହିଛନ୍ତି।  3093 ଗାଁ ରେ 493 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ 158 ଟି ଟେଲି ଫୋନ ଟାୱାର ନିର୍ମାଣ ସରିଛି । ଆଉ 325 ଟି ଟେଲି ଫୋନ ଟାୱାର ନିର୍ମାଣ ହେବ । ଏହା ବାଦ ଆଉ 100 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରଯାଉଛି ।

Leave a Comment

Your email address will not be published. Required fields are marked *

Scroll to Top