Connect with us

Hi, what are you looking for?

ବିଜିନେସ

ସୋଆ ପ୍ରଫେସର ସମ୍ମାନୀତ

ଭୁବନେଶ୍ୱର, ୨୬/୧୧: ମହାରାଷ୍ଟ୍ର ନାଗପୁରସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳ କରି ଏହାକୁ କିପରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ ଏହାର ପ୍ରୟାସ କରୁଥିବା୧୭ଟି ରାଜ୍ୟର ୫୦ଜଣ ବ୍ୟକ୍ତିଙ୍କୁ ନଭେମ୍ବର ୨୦ରେ ସମ୍ମାନିତ କରାଯାଇଛି । ଏହି ୫୦ ଜଣଙ୍କୁ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ସେମାନଙ୍କ ମଧ୍ୟରେ ଓଡିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପଦାର୍ଥ ବିଜ୍ଞାନ ବିଭାଗ ର ପ୍ରଫେସର ନଚିକେତା ଖମାରୀ ଶର୍ମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରର ସଡକ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ଦେଇଥିଲେ । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର (ଏନସିଏସଟିସି) ନିର୍ଦ୍ଦେଶକ ଡକ୍ଟର ନକୁଳ ପରାଶର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରୋ- ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଏଆରଟିବିଏସଇର ସଭାପତି ପ୍ରଖ୍ୟାତ ଗାନ୍ଧିବାଦୀ ଶ୍ରୀ ରଘୁ ଠାକୁର ଅଧ୍ୟକ୍ଷତା କରିଥିଲେ । ଏଥିରେ ଏଆରଟିବିଏସଇର ଉପାଧ୍ୟକ୍ଷ ଶ୍ରୀ ଶୁକ୍ଳା, ସାଧାରଣ ସଂପାଦକ ଶ୍ରୀ ସୁରେଶ ଅଗ୍ରୱାଲ ଓ ଭେଲର ପୂର୍ବତନ ମହାପ୍ରବନ୍ଧକ ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...