ନୂଆଦିଲ୍ଲୀ:ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନର ସର୍ଭିସ୍ । ଆମାଜନ୍ ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ ।
କରୋନା କାଳରେ ୨୦୨୦ରେ ଆମାଜନ ଫୁଡ୍ ସର୍ଭିସ ଲଞ୍ଚ କରାଯାଇଥିଲା । ଏହି ସର୍ଭିସ ମାଧ୍ୟରେ ଲୋକଙ୍କ ଘରେ ଖାଇବା ପହଞ୍ଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ୍ ସ୍ବିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିଲା । ବେଙ୍ଗାଲୁରୁରୁ ଆରମ୍ଭ ହୋଇଥିବା ଏହି ସର୍ଭିସ ପରବର୍ତ୍ତି ସମୟରେ ଦେଶର ଅନ୍ୟ ସହରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ, ଏହା ଏତେ ପ୍ରଭାବଶାଳୀ ଭାବେ କାମ କରିନଥିଲା । ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି ।