ବଢୁଛି ସଂକ୍ରମଣ, କୋଭିଡ ପାଇଁ ସତର୍କତା

ଭୁବନେଶ୍ୱର: H3N2 ଭାଇରସ ଆତଙ୍କ ଭିତରେ ପୁଣି କୋଭିଡ ଭୟ । ନାସିକରେ ଗୋଟିଏ ଦିନରେ ୧୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପଟେ ଓଡ଼ିଶାରେ ବି ସତର୍କ ରହିଛି ସ୍ବାସ୍ଥ୍ୟ ବିଭାଗ । ଥଣ୍ଡା, କାଶ, ଛିଙ୍କ ଓ ଜ୍ବର ହେଉଥିଲେ ତୁରନ୍ତ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ସବୁ ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ କରାଯାଇଛି । ପୂର୍ବପରି ସର୍ଭେଲାନ୍ସ ବଢ଼ାଇବା ସହ ଅକ୍ସିଜେନ, ଆଇସିୟୁ ବେଡ୍ ପ୍ରସ୍ତୁତ କରି ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ପୂର୍ବପରି କୋଭିଡ ଟେଷ୍ଟ ଉପରେ ଗୁରୁତ୍ବ ଦେବାକୁ ଚିଠିରେ କୁହାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top