ଜୁଲାଇ 25ରେ ବିଦ୍ୟୁତ ସତ୍ୟାଗ୍ରହ
ଭୁବନେଶ୍ୱର :- ତା 18 ରିଖ, ଖାଦ୍ୟ,ବସ୍ତ୍ର ଓ ବାସଗୃହ ଭଳି ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା | ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ ,ମହଙ୍ଗା ବିଜୁଳି ,ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା | ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା !
ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ହେଉଛନ୍ତି ହନ୍ତସନ୍ତ !
ବିଦ୍ୟୁତ ଶୁଳ୍କ ବଢି ବଢି ଚାଲିଛି, ଏହାର ଦୃଢ ପ୍ରତିବାଦ କରିବାକୁ ସମସ୍ତେ ଆଗେଇ ଆସନ୍ତୁ l
ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡ଼ କୁ ଭାଙ୍ଗି ବିଦ୍ୟୁତ ବିଭାଗରେ ସଂସ୍କାର କରାଗଲା | ମୂଳ ଲକ୍ଷ ଥିଲା ଭିତ୍ତିଭୂମି ଅର୍ଥାତ ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଗୁଡିକ କେନ୍ଦ୍ରୀୟ ଇଲେକଟ୍ରିସିଟି ଅଥରିଟିଙ୍କ ନିୟମ ଅନୁଯାୟୀ ନିର୍ମାଣ ଓ ପରିବର୍ତ୍ତନ କରି ଉନ୍ନତ ମାନର ୨୪ ଘଣ୍ଟିଆ ବିଦ୍ୟୁତ ସେବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା | ଘରୋଇ କମ୍ପାନୀମାନଙ୍କୁ ଏହି ବ୍ୟବସାୟରେ ଅର୍ଥ ଖଟାଇବାକୁ ଆକୃଷ୍ଟ କରିବା | ୧୯୯୯ ମସିହାରେ ରାଜ୍ୟରେ ୪ଟି ବିତ୍ତରଣ କମ୍ପାନୀ CESCO , NESCO , WESCO , SOUTHCO ଗଠନ କରାଯାଇ ଘରୋଇ କମ୍ପାନୀ ମାନଙ୍କୁ ୧୯୯୯ ମସିହାରେ ଏହି କାମ କରିବାକୁ ଦିଆଗଲା | ହେଲେ ସଂସ୍କାରର ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଅପାରଗତା ଦୁର୍ନୀତିଖୋର ଅଫିସରଙ୍କ ପାଇଁ ଆଜି ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭୁଶୁଡି ପଡିଛି | ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାଜ୍ୟରେ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ଭଙ୍ଗା ଖୁଣ୍ଟ, ତାର, ପୁରୁଣା ଟ୍ରାନ୍ସଫର୍ମର ଦ୍ୱାରା ବର୍ତ୍ତମାନ ବିଦ୍ୟୁତ ପାଉଛନ୍ତି | ଯାହାଫଳରେ ଲାଇନ ଟ୍ରିପ କରୁଛି କହି ସରକାର ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି | ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ସର୍ବ ଭାରତୀୟ ସ୍ତରରୁ ଅଧିକ ହେଲାଣି | ବିଦ୍ୟୁତ ବିତରଣ ଜନିତ କ୍ଷତି ମଧ୍ୟ କମିବାର ନାହିଁ | ହେଲେ ଏଥିପାଇଁ ଦାୟୀ କିଏ ? କିଏ କଲା ବାଟମାରଣା ସେସବୁର ପରଦାଫାସ କରିବାକୁ ଉପୋଭୋକ୍ତା ମହାସଂଘ ଓ ଆମ ଜନତା ଅଧିକାର ମଞ୍ଚ ଏକ ପ୍ରୟାସ ଆରମ୍ଭ କରିଛି | ରାଜ୍ୟମୁଖ୍ୟସଚିବଙ୍କୁ୨୮.୦୬.୨୦୧୩ ଦିନ ଏକ ତଥ୍ୟ ସମ୍ମିଳିତ ଚିଠି ଲେଖାଯାଇ ତୁରନ୍ତ ପ୍ରତିକାର ଦାବି କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ସ୍ୱରୂପ ରାଜଭବନ ସମ୍ମୁଖରେ ଚଳିତ ମାସ 25ତାରିଖ ରେ ଏକ ବିଦ୍ୟୁତ ସତ୍ୟାଗ୍ରହର ଡାକରା ଦିଆଯାଇଛି | ନିରବଛିନ୍ନ ଓ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହିତ ଉପଭୋକ୍ତା ମାନେ ଏହି ବିଦ୍ୟୁତ ସତ୍ୟାଗ୍ରହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l
୭ଦଫା ଦାବି ନେଇ ସତ୍ୟାଗ୍ରହ ପାଇଁ ମିଶନ ଓଡିଶା@2036 ଦ୍ୱାରା ଉପୋଭୋକ୍ତା ମହାସଂଘ ଓ ଆମ ଜନତା ଅଧିକାର ସହ ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଯୋଗଦେବେ l
- ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବିଗତ 23 ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥର ବିଧିବଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |
- ରାଜ୍ୟ ସରକାର ଟାଟା ପାୱାର ପ୍ରତ୍ୟେକ ବିତରଣ କମ୍ପାନୀ କୁ ମିଳିତ ଭାବେ ପରିଚାଳନା କରୁଥିବା ଦୃଷ୍ଟିରୁ ଟାଟା ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଯେଉଁ ଅର୍ଥ ଆଦାୟ କରୁଛି ତାହାର ତଦନ୍ତ କରାଯାଉ |
- ଭିତ୍ତିଭୂମି ଅଭାବଯୋଗୁ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ଉନ୍ନତମାନର ନିରବଛିନ୍ନ ବିଦ୍ୟୁତ ଯୋଗାଇବାରେ ସରକାର ତଥା ବିତରଣ କମ୍ପାନୀ ବିଫଳ ହୋଇଥିବାରୁ ପ୍ରତ୍ୟେକ ବିଦ୍ୟୁତ ଗ୍ରାହକଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ତୁରନ୍ତ ପ୍ରଦାନ କରନ୍ତୁ |
- ରାଜ୍ୟ ସରକାର ଷାଠିଏ ହଜାର କୋଟିରୁ ଅଧିକ ଟଙ୍କା ED (Electricity Duty ) ବାବଦରେ ଅର୍ଥ ଆଦାୟ କରିଛନ୍ତି l କିନ୍ତୁ ଗ୍ରାହକଙ୍କୁ ଯେଉଁ ଅଧିକ ବିଦ୍ୟୁତ ମୂଲ୍ୟ ଦେବାକୁ ପଡୁଛି ତାକୁ କମ କରୁନାହାନ୍ତି | ତୁରନ୍ତ ସର୍ବ ଭାରତୀୟ ସ୍ତରରୁ କମ ମୂଲ୍ୟରେ ବିଦ୍ୟୁତ ଦର ନିର୍ଦ୍ଧାରଣ କରି ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ବ୍ୟବସ୍ଥା କରନ୍ତୁ l
- ରାଜ୍ୟ ସରକାର ଅନ୍ୟ ରାଜ୍ୟ ପରି 2009 ମସିହାରେ OERC ର ପରାମର୍ଶକୁ ଗ୍ରହଣ କରି ସବସିଡି ଦେଇ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିନାମୁଲ୍ୟରେ 200 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦିଅନ୍ତୁ |
- ରାଜ୍ୟ ବାହାର ଠିକାଦାର ମାନଙ୍କୁ କାମ ନ ଦେଇ ଓଡ଼ିଶାର ଠିକାଦାର ମାନଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଉ |
- ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନଙ୍କ ଦରମା ଏବଂ ଅନନ୍ୟା ସୁବିଧା ଟାଟା ପାୱାରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଦରମା ସହ ସମାନ କରାଯାଉ l
ଏହି ବିଦ୍ୟୁତ ସତ୍ୟଗ୍ରହ ମିଶାଣଓଡିଶା@2036 ପାଇଁ ଆବାହକ ବାସୁଦେବ ଭଟ୍ଟ, ଆମଜନତା ଅଧିଜାର ଆବାହଜ ମନୋଜ ଜେନା, ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଙ୍କ ମିଳିତ ନେତୃତ୍ୱରେ କରାଯିବା ସହ ଆଗାମୀ ଦିନରେ ଏ ଲଢେଇ ରାଜ୍ୟ ସାରା କରାଯିବାପାଇଁ ବ୍ୟବସ୍ଥା କରାଯାଇଥିବା ଏହାର ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଓ କୋଷାଧକ୍ଷ ଅଶୋକ ଜେନା ଏକ ପ୍ରେସ ବିଜ୍ଞପ୍ତିରେ କହଛନ୍ତି l