ଭୁବନେଶ୍ୱର, ଏପ୍ରିଲ୍ ୬: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫୁଲନଖରା କ୍ୟାମ୍ପସ୍ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ।
ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍ଜିଆଲ ଆନ୍ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍ର ଇଏନ୍ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ କହିଛନ୍ତି ।
ରୋଗୀଟି ଖୁବ୍ କମ୍ ବୟସର ଥିବା ବେଳେ ଖୋଲା ଅସ୍ତ୍ରୋପଚାର ଦ୍ୱାରା ତା’ର ମୁହଁରେ ଦାଗ ରହିବା ସହ ବିକୃତ ହେବାର ମଧ୍ୟ ସମ୍ଭାବନା ରହିଥିଲା । ତେଣୁ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକିୟା ମାଧ୍ୟମରେ ମିନିମାଲି ଇନ୍ଭେସିଭ ଟେକ୍ନିକ୍ ଦ୍ୱାରା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି ।
ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିଲା ବେଳେ ଏହାର ପର ଦିନ ଠାରୁ ହିଁ ବିନା ସମସ୍ୟାରେ ସେ ତା’ର ଦୈନନ୍ଦିନ କାର୍ଯ୍ୟ କରିପାରୁଛି ବୋଲି ପ୍ରଫେସର ରାଉତ କହିବା ସହ ତା’ର ପରିବାର ବର୍ଗ ଖୁବ୍ ଖୁସି ଅଛନ୍ତି ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ ।
ଏହି ଅସ୍ତ୍ରୋପଚାର ଟିମ୍ରେ ପ୍ରଫେସର ରାଉତଙ୍କ ବ୍ୟତୀତ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ବିବେକାନନ୍ଦ ଆଚାର୍ଯ୍ୟ ଏବଂ ସିନିୟର ରେସିଡେଂଟ ଡାକ୍ତର ସୁବ୍ରତ ଚନ୍ଦନ ପ୍ରଧାନ ଓ ଡାକ୍ତର ରାକେଶ ଗିରି ସାମିଲ ଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ର ଡିନ୍ ପ୍ରଫେସର (ଡାକ୍ତର)ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ସହଯୋଗ କରିଥିଲେ ।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍ଟରଷ୍ଟିସିଆଲ୍ ଇମ୍ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...