ମନ୍ତ୍ରୀମଣ୍ଡଳ: ଆଉ 6 ମନ୍ତ୍ରୀଙ୍କ ଉପରେ ନଜର

ଭୁବନେଶ୍ୱର: ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ହୋଇଥିଲା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀରୁ ପ୍ରତିନିଧିତ୍ବ କରୁଛନ୍ତି। ଏହାବାଦ୍ ମନ୍ତ୍ରୀ ପଦ ମିଳିଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ। ଏହା ମଧ୍ୟରୁ ବଲାଙ୍ଗୀର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାକୁ ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଛି। ମନ୍ତ୍ରିମଣ୍ଡଳରେ ୬ଟି ଆସନ କାହିଁକି ଖାଲି ରହିଲା, ତାହାକୁ ନେଇ ଦଳର ଆଭ୍ୟନ୍ତରୀଣ ରାଜନୀତି ଜୋର୍‌ ଧରିଛି। ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ କରିବାକୁ ଗତକାଲି ସନ୍ଧ୍ୟାରୁ ବରିଷ୍ଠ ନେତାମାନଙ୍କର ତୁହାକୁ ତୁହା ବୈଠକ ବସିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସବୁ ନାମ ଉପରେ ସହମତି ପ୍ରକାଶ ପାଇ ନଥିଲା। ବାକି 6ଟି ଆସନ ଉପରେ ସମସ୍ତଙ୍କ ନଜର ରହିଛି।

Leave a Comment

Your email address will not be published. Required fields are marked *

Scroll to Top