ପୁରୀ: ରତ୍ନ ରଖିବାକୁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ରବିବାର ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି। ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି। ଏଥିସହ ତାଲା ଭାଙ୍ଗିବାକୁ କଟର୍ ମେସିନ୍ ମଧ୍ୟ ଯାଇଛି।