Connect with us

Hi, what are you looking for?

ବିଜିନେସ

ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜୁଲାଇ ୨୨ : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଆଦାନପ୍ରଦାନ ନେଇ ସହାୟତା କରିବେ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତଙ୍କ ମଧ୍ୟରେ ଶନିବାର ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଦୁଇଟି ଅନୁଷ୍ଠାନର ନିମୟମାବଳୀ ଅନୁଯାୟୀ କର୍ମଚାରୀଙ୍କର ମଧ୍ୟରେ ଆଦାନପ୍ରଦାନ, ମିଳିତ କର୍ମଶାଳା ଓ ସମ୍ମିଳନୀ ଆୟୋଜକ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କ ଦ୍ୱାରା ବକ୍ତୃତାମାଳା, ଆଇସିଟି ମୁମ୍ବାଇ ଓ ସୋଆର ମିଳିତ ସହଯୋଗରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ଓ ଏବଂ ଥେସିସ୍ କାର୍ଯ୍ୟରେ ମିଳିତ ଦିଗ୍‌ଦର୍ଶନ କରାଯିବ ।
ଏତଦ୍ ବ୍ୟତୀତ ଦୁଇଟି ଶିକ୍ଷାନୁଷ୍ଠାନ ନିଜ ମଧ୍ୟରେ ଗବେଷଣା ଓ ତତ୍‌ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରି, ସଫ୍ଟୱେୟାର ଏବଂ ଅନ୍ୟାନ୍ୟ ବିଷୟରେ ଆଦାନପ୍ରଦାନ ଓ ନିଜ ମଧ୍ୟରେ ସହଯୋଗିତା ରକ୍ଷା କରିବେ ।
ଆଇସିଟି, ମୁମ୍ବାଇ ମଧ୍ୟ ସୋଆ-ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ) ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି)- ସୋଆ ଫାଉଣ୍ଡେସନ୍ ର କାର୍ଯ୍ୟରେ ସହଯୋଗ କରିବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ତିନୋଟି ପ୍ରସ୍ତାବ ମଧ୍ୟରୁ ସରକାରୀ...

ଓଡ଼ିଶା ନ୍ୟୁଜ

ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି  #subhadra, #gharegharesubhadra ହେଉଛି ଭାଇରାଲ  ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି ପଞ୍ଜିକରଣ  ‘ଘରେ...

ଓଡ଼ିଶା ନ୍ୟୁଜ

   ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ  ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା  ପ୍ରଭାତୀଙ୍କୁ...