ଭୁବନେଶ୍ୱର, ତା.୨୯/୦୭:ସହିଦ ମାଧୋ ସିଂ ଙ୍କୁ ବରିଷ୍ଠ ନେତା ସୁର ରାଉତରାୟ ଅପମାନିତ କରି ଦେଇଥିବା ମନ୍ତବ୍ୟ କୁ ଦୃଢ ନିନ୍ଦା କରି ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସ୍ୱୟଂ ସେବକ ରାୟ ଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ମାନେ କ୍ୟାପିଟାଲ ଥାନା ରେ ଲିଖିତ ଅଭିଯୋଗ କରି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରିବା ନିମନ୍ତେ ଦାବୀ ରଖାଯାଇଅଛି।ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରେଶ ସାହୁ,ସ୍ଥାନୀୟ ମଣ୍ଡଳ ସଭାପତି ପ୍ରଭାତ କୁମାର ମଲ୍ଲିକ ଏବଂ ଜଗବନ୍ଧୁ ସ୍ୱାଇଁ, ନୀତେଶ ରଥ, ଚିରଞ୍ଜୀବ ଗୋଛାୟତ,ବିଶ୍ୱଜିତ ଦାଶ ଓ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଜେନା, ଶାଶ୍ୱତ ନୟାକ,ରାଜେଶ ପୃଷ୍ଟି, ସଂନ୍ଦୀପ କୁମାର ବାରିକ, ନଳିନୀ କାନ୍ତ ମହାନ୍ତି, ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।