Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେବି ଫ୍ରେଣ୍ଡ୍ସ ଦ୍ଵାରା ମହାତ୍ମାଗାନ୍ଧୀ ଙ୍କ ଉପରେ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା

ଭୁବନେଶ୍ୱର: ଯୁବ ପିଢୀ ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଙ୍କ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ *ବିଜେବି ଫ୍ରେଣ୍ଡ୍ସ* ଆନୁକୁଲ୍ୟରେ ବିଜେବି କଲେଜ ରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଗତ ଦୁଇ ଦିନ ଧରି ଆନ୍ତଃ ମହାବିଦ୍ୟାଳୟ ସ୍ଥରୀୟ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇ ଯାଇଛି। ଏହି ସବୁ ପ୍ରତିଯୋଗିତାରେ ରେ ରାଜ୍ଯ ର ବିଭିନ୍ନ କଲେଜରୁ ୨୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ରଚନା ର ଓଡିଆ ବିଭାଗରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଛାତ୍ର ଦୁର୍ଗା ପ୍ରସାଦ ସାହୁ ୧ମ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ଆଶିଷ ପ୍ରତୀକ୍ ବିଶ୍ଵାଳ ୨ୟ ,ବିଜେବି ମହାବିଦ୍ୟାଳୟର ଛାତ୍ରୀ କରୀସ୍ମା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଛନ୍ତି।ଇଂରାଜୀ ରଚନା ବିଭାଗ ରେ ରମାଦେବୀ ବିଶ୍ଵବିଦ୍ୟାଳୟର ଅନାମିକା ମହାନ୍ତି ୧ମ, ପ୍ରାଣନାଥ ମହାବିଦ୍ୟାଳୟ ର ଅନିନ୍ଦିତା ରଣସିଂହ ୨ୟ ଓ ବିଜେବି ମହାବିଦ୍ୟାଳୟର ଅନନ୍ଦିତା ମିଶ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡିଆ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରଞ୍ଜିତ୍ ସାହୁ ଓ କେଶରୀ ପ୍ରସାଦ ମହାନ୍ତି ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ବିଜେବି ମହାବିଦ୍ୟାଳୟର ବିଶ୍ଵଜିତ ସ୍ଵାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି। ଇଂରାଜୀ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଶାସ୍ଵତି ସୌମ୍ଯା ସ୍ଵାଇଁ ଓ ବିଜେବି ମହାବିଦ୍ୟାଳୟର ତପସ୍ଵିନୀ ଦାସ ଯୁଗ୍ମ ୧ମ, ବିଜେବି ମହାବିଦ୍ୟାଳୟର ତମନ୍ନା ଭୋଇ ଓ ସଂସ୍କୃତି ମହାପାତ୍ର ଯୁଗ୍ମ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଅମନ ବେଉରିଆ ଓ ରମାଦେବୀ ବିଶ୍ଵବିଦ୍ୟାଳୟର ଚୟନୀକା ରାଉତି ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଛନ୍ତି। କୁଇଜ୍ ପ୍ରତିଯୋଗୀତା ରେ କିଟ୍ ବିଶ୍ଵବିଦ୍ୟାଳୟ ର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ୧ମ, ବିଜେବି ମହାବିଦ୍ୟାଳୟର ସୌଭାଗ୍ୟ ଶୁଭଙ୍କର ପ୍ରଧାନ ଓ ତପସ୍ଵିନୀ ଦାସ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଶାଶ୍ଵତି ସୌମ୍ଯା ସ୍ଵାଇଁ ଓ ଶୁଭଶ୍ରୀ ପ୍ରିୟଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଜୟନ୍ତୀ ଅବସରରେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଆୟୋଜିତ ହେବାକୁ ଥିବା ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଛାତ୍ରଛାତ୍ରୀ ମାନଙ୍କୁ ଯଥାକ୍ରମେ ଟ ୧୦୦୦୦, ଟ ୭୦୦୦, ଟ୫୦୦୦ ନଗଦ ଅର୍ଥ, ଟ୍ରଫି ସହ ମାନପତ୍ର ପ୍ରଦାନ କରାଯିବ।
ଉକ୍ତ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ସଂଖ୍ୟା ରେ ଯୋଗଦେବାକୁ ସଂଘ ର ସଭାପତି ଦେବାଶିଷ ପଟ୍ଟନାୟକ ଓ ସଂପାଦକ ସତ୍ୟବ୍ରତ ଧୂପାଳ ଅନୁରୋଧ କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...