Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ୟୁନିଟ 3 ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ ପୂଜା ଠାରୁ ନିଆରା ଢଙ୍ଗରେ ପାଳନ କରିବା ନିମନ୍ତେ ସଭିଁଏ ତତ୍ପର ହୋଇଉଠିଛନ୍ତି ଏବଂ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ଜୟ ଓଡିଶାର ମିଳିତ ଆନୁକୂଲ୍ୟରେ ଭିନ୍ନ ଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଖାହାରୀଙ୍କୁ ବାନ୍ଧି ରଖିଛନ୍ତି ।

ସାରା ଓଡିଶାରେ ପ୍ରଥମ ଥର ପାଇଁ ମା’ ଙ୍କର ସମସ୍ତ ପୂଜାବିଧିକୁ ଅନୁସରଣ କରିବା ସହ ପୂଜା ମଣ୍ଡପରେ ମା’ଙ୍କ ପୂଜା ସଙ୍ଗେ ସଙ୍ଗେ ଏକ ରକ୍ତଦାନ ଶିବିର ଆୟୋଜନ ସମାଜକୁ ଏକ ସଚେତନତାର ବାର୍ତା ଦେବାରେ ସହାୟକ ହେଉଛି । ଗତ ୧୭,୧୯ ଓ ୨୧ ତିନିଦିନ ଧରି ବହୁ ସଂଖ୍ୟକ ବ୍ୟକ୍ତି ପହଂଚି ରକ୍ତଦାନ କରିଥିଲେ । ଏହିବର୍ଷ ପୂଜାର ବିଷୟବସ୍ତୁ – “ମହିଳା ସୁରକ୍ଷା ଓ ସଶକ୍ତିକରଣ” ରହିଥିବା ବେଳେ ଏହାକୁ ଆଧାର କରି ଏକ ସୁନ୍ଦର ମୁରୁଜ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଏହା ସହିତ ମାଙ୍କ ଦର୍ଶନ ନିମନ୍ତେ ଆସୁଥିବା ପ୍ରତ୍ୟେକ ମହିଳା ନିଜ ନିଜ ଘରର ଲକ୍ଷ୍ମୀ ହୋଇଥିବାରୁ ତାଙ୍କୁ ମଧ୍ୟ ପୂଜା କରାଯାଉଛି ।
ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶ କରିବା ହେଉଛି ଜୟ ଓଡିଶାର ପ୍ରତିଷ୍ଠାତା ତଥା ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଉଦ୍ଦେଶ୍ୟ । ପୂଜାର ପ୍ରତି ସନ୍ଧ୍ୟାରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ହେଉଛି ଯେମିତିକି ଗୋଟିଏ ଦିନ ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ମହିଳା ସଂଗଠନ ଦ୍ୱାରା ସଂକର୍ତୀନ, ସଂଗୀତ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗରଣ କରିଥିଲା ।
ସେହିଦିନ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଐଋଜ ଟିମ୍ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ପ୍ରତିଦିନ ୫ ଜଣ ମହିଳାଙ୍କୁ “ଶକ୍ତି ସମ୍ମାନ”ରେ ସମ୍ମାନିତ କରାଯାଉଛି । କାର୍ଯ୍ୟକ୍ରମର ଅନ୍ୟ ଏମକ ସନ୍ଧ୍ୟା ବିଶେଷ ଭାବେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେହିଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବା ନିମନ୍ତେ କମିଶନରେଟ୍ ପୋଲିସ୍ ଦ୍ୱାରା ଏକ “ସାଇବର କ୍ରାଇମ୍ ଟକ୍‌” ଆୟୋଜନ କରାଯାଇଥିଲା ଓ ଏଥିରେ ଲାଫଟର ବ୍ୟାୟାମ ମଧ୍ୟ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂଜାର ଅଂଶ ହୋଇ ମାଙ୍କ ଆର୍ଶୀବାଦ ନେବାକୁ ଅନୁରୋଧ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...