ପଟିଆରେ ଆଦିଯୋଗ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ବ୍ୟୟବହୁଳ ଚିକିତ୍ସା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନିଜ ହାତରେ ରହିଛି ଅନେକ ରୋଗର ଚିକିତ୍ସା। ହାତ ପାଆନ୍ତାରେ ଏହି ସୁବିଧା ଯୋଗାଇ ଦେବାକୁ ରାଜଧାନୀରେ ଖୋଲିଛି ଏକ ଯୋଗ ସେଣ୍ଟର। ପଟିଆ ଇନଫୋସିଟି ଅଞ୍ଚଳରେ ଥିବା ସାଇ ମନ୍ଦିର ସମ୍ମୁଖରେ ଖୋଲିଛି ଏହି ଆଦିଯୋଗ ସେଣ୍ଟର। ଯେଉଁଠାରେ ଆପଣ ପାଇବେ ସମସ୍ତ ରୋଗର ବିକଳ୍ପ ବ୍ୟବସ୍ଥା। ଏବେ ସମୟ ଅନୁସାରେ ବଦଳୁଥିବା ଲାଇଫଷ୍ଟାଇଲ ପାଇଁ ଅନେକ ନୂଆ ନୂଆ ରୋଗ ସାମାନକୁ ଆସୁଛି। ଡିପ୍ରେସନ, ଆଙ୍କଜାଇଟି, ଡାଏବେଟିସ, ବ୍ଲଡପ୍ରେସର, କୋଲେଷ୍ଟ୍ରଲ, ମେରୁଦଣ୍ଡ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ ଭଳି ବ୍ୟାଧି ଘରେ ଘରେ ମାଡି ବସୁଛି। ଗାଁଠୁ ସହର ଅଧିକାଂଶ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ ଏହାର ଚିକିତ୍ସା ପାଇଁ ଔଷଧ ସେବନ କରୁଛନ୍ତି। ହେଲେ ଏବେ ଯୋଗ ମାଧ୍ୟମରେ ଏ ସମସ୍ତ ରୋଗ ଦୂର ହୋଇପାରିବ। ଖାଦ୍ୟ ଉପରେ ନିୟନ୍ତ୍ରଣ ସାଙ୍ଗକୁ ଯୋଗ, ପ୍ରାଣାୟମରେ ଏଥିରୁ ନିଶ୍ଚିନ୍ତ ମୁକ୍ତି ମିଳିପାରିବ ବୋଲି କହିଛନ୍ତି ଯୋଗ ପ୍ରଶିକ୍ଷକ ତଥା ଆଦିଯୋଗ କେନ୍ଦ୍ରର ପ୍ରତିଷ୍ଠାତା ପିତାମ୍ବର ସାହୁ। ଶନିବାର ଏହି ସେଣ୍ଟରକୁ ଉଦଘାଟନ କରିଛନ୍ତି ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁ। ସମାଜର ଶେଷସ୍ତରରେ ରହୁଥିବା ଲୋକଙ୍କ ପାଖରେ ଯୋଗ ପହଞ୍ଚିବା ଦରକାର ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବ୍ଲକ ସିଡିପିଓ ସଞ୍ଜୁଲତା ନାୟକ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଯୋଗକେନ୍ଦ୍ରର ସହ ପ୍ରତିଷ୍ଠାତା ବିନ୍ଦୁ ସାହୁଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Leave a Comment

Your email address will not be published. Required fields are marked *