ରମେଶ ପାଣିଗ୍ରାହୀଙ୍କ ସ୍ଵନକ୍ଷେତ୍ର ଉତ୍ସବରେ ତିନୋଟି ସଂକଳନ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ଏକାଶିତୀ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ନାଟ୍ୟକାରଙ୍କ ଦୁଇଟି ନାଟ୍ୟଗ୍ରନ୍ଥ କାଞ୍ଚି ବିଜୟ କଥା ଏବଂ ନାଟକ ଅନାଟକ ଓ ଅଣୁ ନାଟକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଓ କମିଶନର ମନୋରଞ୍ଜନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଚଳଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ ଯୋଗ ଦେଇଥିଲେ। ଏତଦ ବ୍ୟତୀତ ନାଟ୍ୟକାରଙ୍କ ନାଟ୍ୟକୃତି ଉପରେ ସଂକଳିତ ଏକ ସମୀକ୍ଷା ଗ୍ରନ୍ଥ ମହାନାଟକର ମହାନାୟକ ମଧ୍ୟ ପ୍ରକାଶ ପାଇଛି। ଗ୍ରନ୍ଥ ଗୁଡିକର ସମୀକ୍ଷା କରିଥିଲେ ଡ଼. ରବୀନ୍ଦ୍ର ଦାସ, ଡ. ରଶ୍ମିତା ତ୍ରିପାଠୀ ଓ ମଙ୍ଗରାଜ ମହାପାତ୍ର। ନାଟ୍ୟକାରଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ ନାଟ୍ୟ ନିର୍ଦେଶକ ଶ୍ରୀମନ ନାରାୟଣ ମିଶ୍ର ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ଦେବାନନ୍ଦ ଦାସ। ଏହି ଉତ୍ସବ ବିଶେଷ ଆକର୍ଷଣ ଥିଲା ନାଟ୍ୟକାରଙ୍କ ଲିଖିତ ଗୀତିକବିତାର ସଂଗୀତାୟନ। କଣ୍ଠଦାନ କରିଥିଲେ ଶ୍ରୀ ବ୍ରଜବଲ୍ଳଭ ନାୟକ, ମମତା ନାୟକ ଓ ଅମ୍ଲାନ ଜ୍ୟୋତି ନାୟକ।
ଏହି ଉତ୍ସବକୁ ଆୟୋଜନ କରିଥିଲେ ରାଉରକେଲାର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚ। ଏହାର ସମ୍ପାଦକ କୈଳାସ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନିନ୍ଦିତା ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top