ରାଜଧାନୀରେ ଖୋଲିଲା ତୃପ୍ତି କିଆ

ଭୁବନେଶ୍ୱର: ପୁରୀ ବାଇ ପାସ୍ ରୋଡ୍ (ଶିରିଡି ସାଇ ମନ୍ଦିର ଛକ ନିକଟରେ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ ହୋଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍ ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର ଗ୍ରାହକମାନଙ୍କୁ ସେବା ଯୋଗାଇବ। କିଆ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଶ୍ରୀଯୁକ୍ତ କ୍ୟୁଙ୍ଗ ମିନ୍ କିମ୍ ଏବଂ ଶ୍ରୀଯୁକ୍ତ ସୁପ୍ରୀଥ୍ ଆର. (ଆରଜିଏମ) ଏହାର ଉଦ୍ଘାଟନ କରିଛନ୍ତି।ଏହା ସହିତ ଏଏସ୍ଏମ ଅଂଶୁମାନ ଦାଶ ଏବଂ ତୃପ୍ତି କିଆ ର ଏମଡି ଶ୍ରୀ ବଦ୍ରି ନାରାୟଣ ସାମନ୍ତରାୟ ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ । “ଆମେ ଆନନ୍ଦର ସହିତ ଗ୍ରାହକମାନଙ୍କୁ ସେବା ଯୋଗାଇବା ପାଇଁ ସକ୍ରିୟ ଏବଂ ଆଜି ଉଦଘାଟନ ହୋଇଥିବା ଏହି ନୂତନ ଆଉଟଲେଟ୍ ସର୍ବାଧିକ ବଜାର ଅଂଶ ହାସଲ କରିବା ପାଇଁ ଏକ ଭଲ ସଂଖ୍ୟା ଯୋଡ଼ିବ ବୋଲି ମହାପ୍ରବନ୍ଧକ ଶ୍ରୀଯୁକ୍ତ ଗୋପାଳ ସିଂହ କହିଛନ୍ତି।”

Leave a Comment

Your email address will not be published. Required fields are marked *

Scroll to Top