ପାକିସ୍ତାନଛାତିକୁ ମାଡ଼ ହୋଇଛି, ଆଗକୁ ଘରେ ପଶି ମାରିବୁ

ନୂଆଦିଲ୍ଲୀ,୧୨/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତକୁ ‘ଅପରେସନ ସିନ୍ଦୁର’କୁ ନେଇ ସମ୍ବୋଧନ କରୁଥିବା ବେଳେ ପୁଣି ଥରେ ପାକିସ୍ତାନକୁ ଚେତାଇ ଦେଇଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ‘ଆତଙ୍କ ଏବଂ ଆଲୋଚନା ଏକାଠି ଚାଲିପାରିବ ନାହିଁ, ପାଣି ଏବଂ ରକ୍ତ ଏକାଠି ବୋହିପାରିବ ନାହିଁ।’ ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ପାକିସ୍ତାନ ଭାରତୀୟ ସେନାର ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇଗଲା ଏବଂ ସବୁ ପାର୍ଶ୍ୱରୁ ଶ୍ବାସରୁଦ୍ଧ ହୋଇଗଲା ସେତେବେଳେ ସେ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କିଛି ଭାବି ପାରିଲା ନାହିଁ।’ ମୋଦୀ କହିଛନ୍ତି ଯେ ଭାରତ ପ୍ରଥମ ତିନି ଦିନରେ ହିଁ ପାକିସ୍ତାନକୁ ଧ୍ୱଂସ କରିଦେଇଥିଲା, ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିଯିବାର ଉପାୟ ଖୋଜିବା ଆରମ୍ଭ କଲା ଏବଂ ଖରାପ ଭାବରେ ପରାସ୍ତ ହେବା ପରେ, ପାକିସ୍ତାନୀ ସେନା ୧୦ ମଇ ଅପରାହ୍ନରେ ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା।”

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଆମର ସେନା ଆତଙ୍କବାଦର ଭିତ୍ତିଭୂମିକୁ ବଡ଼ ପରିମାଣରେ ଧ୍ୱଂସ କରିଥିଲେ, ସେତେବେଳେ ପାକିସ୍ତାନକୁ ଆମ ଆଗରେ ନିବେଦନ କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସେନା ବଡ଼ ସାହସର ସହିତ ଆତଙ୍କବାଦୀମାନଙ୍କୁ ହତ୍ୟା କରିଥିଲା, ପାକିସ୍ତାନର ହୃଦୟରେ ପ୍ରତିଷ୍ଠିତ ଆତଙ୍କବାଦର ଭିତ୍ତିଭୂମୀଗୁଡ଼ିକୁ ଧ୍ୱଂସ କରିଥିଲା, ତା’ପରେ ପାକିସ୍ତାନ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ଯେତେବେଳେ ସେଠାରୁ ଅନୁରୋଧ କରାଯାଇଥିଲା ଯେ ସେମାନଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ପଦକ୍ଷେପ ରହିବ ନାହିଁ, ସେତେବେଳେ ଭାରତ ଏହା ଉପରେ ବିଚାର କରିଥିଲା।

Leave a Comment

Your email address will not be published. Required fields are marked *

Scroll to Top